ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଜରିଆରେ ବ୍ଲାକ ମେଲ: ୫ ଜଣ ଯୁବକ କଲେ ଦୁଷ୍କର୍ମ

Published: Jan 14, 2021, 2:50 pm IST

ବରେଲୀ: ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଜରିଆରେ ବ୍ଲାକ ମେଲ କରି ଆଉ ୫ ଜଣ ଯୁବକଙ୍କ ଦ୍ଵାରା ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ବରେଲୀ ଜିଲ୍ଲାର ବହେଡୀରେ ଜଣେ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲା ଜଣେ ଯୁବକ। ଏହି ସମୟରେ ସେ ଅଶ୍ଳୀଳ ଭିଡିଓ କରି ଛାତ୍ରୀଙ୍କୁ ବ୍ଲାକ ମେଲ କରିବାକୁ ଆରମ୍ଭ କରିଥିଲା। ଏଥିପାଇଁ ପୀଡ଼ିତା ଆଉ ୫ ଜଣ ଯୁବକଙ୍କ ଦ୍ଵାରା ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ଉକ୍ତ ଯୁବକମାନଙ୍କ ଦ୍ଵାରା ଅଶ୍ଳୀଳ ଭିଡିଓକୁ ଭାଇରାଲ କରାଯାଇଥିଲା।

ଏନେଇ ପୀଡ଼ିତା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏଏସପି ସତ୍ୟନାରାୟଣ କହିଛନ୍ତି ଯେ, ଆରୋପୀ ଯୁବକମାନଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଅନୁସନ୍ଧାନ କରୁଛି।

Related posts