ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା ଅଭିଯୋଗ

Published: Jan 18, 2021, 4:23 pm IST

ବାଡ଼େମେର: ଦିନକୁ ଦିନ ରାଜସ୍ଥାନରେ ଦୁଷ୍କର୍ମ ଘଟଣା ବଢିବାରେ ଲାଗିଛି। ଆଜି ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନର ବାଡ଼େମେର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଘଟଣାରୁ ପ୍ରକାଶ ଯେ, ବାଡ଼େମେର ଜିଲ୍ଲାର ଶିବ ଥାନା ଅଞ୍ଚଳରେ ଏକ ନାବାଳିକାର ମୃତ ଦେହକୁ ଉଦ୍ଧାର କରାଯାଇଛି। ଦୁଷ୍କର୍ମ ପରେ ଏହି ହତ୍ୟାକାଣ୍ଡ କରାଯାଇଛି ବୋଲି ଅଭିଯୋଗ କରାଯାଇଛି। ମୃତକ ନାବାଳିକାଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଜାରି ରହିଛି।

ପୋଲିସ କହିବା ଅନୁସାରେ, ମୃତକ ନାବାଳିକାଙ୍କୁ ତଣ୍ଟି ଚିପି ମାରି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହେଲେ ଦୁଷ୍କର୍ମ ଉପରେ ଏଯାଏଁ କୌଣସି ପ୍ରମାଣ ମିଳିନାହିଁ। ଶବକୁ ବର୍ତ୍ତମାନ ବ୍ୟବଚ୍ଛେଦ ଲାଗି ପଠା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହାର କାରଣ ସ୍ପଷ୍ଟ ହୋଇପାରିବ। ହେଲେ କିଛି ଅଜଣା ଲୋକଙ୍କ ନାମରେ ଏନେଇ ମାମଲା ରୁଜ୍ଜୁ କରାଯାଇଛି।

Related posts