ଟାଙ୍ଗୀ: ଗହଣା ସଫା କରିବା ଆଳରେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଲୁଟିଲେ ଦୁର୍ବୃତ୍ତ

Published: Jan 20, 2021, 5:03 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗହଣା ସଫା କରିବା ଆଳରେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଲୁଟି ଦୁର୍ବୁତ୍ତ ଫେରାର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡ଼ା ଘାଟ ଅଞ୍ଚଳରେ ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି।

ସୂଚନା ମୁତାବକ ଆଜି ମଧ୍ୟାହ୍ନରେ କାଳୁପଡା ଘାଟ ଅଁଳାଡିହ ଗ୍ରାମର ଫୁଲଗୋରଡ଼ା ସାହିର ଦିନମଣୀ ମହାନ୍ତି(୬୩) ନାମକ ଜଣେ ମହିଳାଙ୍କ ଠାରୁ ସୁନା ଗହଣା ସଫା କରିଦେବା ପାଇଁ କିଛି ଦୁର୍ବୃତ୍ତ କହିଥିଲେ।

ଦିନମଣୀ ସେମାନଙ୍କୁ ବିଶ୍ଵାସ କରି ପିନ୍ଧିଥିବା ହାର, ଦୁଇ ହାତର ସୁନା ବାହୁଟି ଏବଂ ସୁନା ମୁଦିକୁ ସଫା କରିଦେବା ଲାଗି ସେମାନଙ୍କୁ ଦେଇଥିଲେ। ହେଲେ ଦୁର୍ବୃତ୍ତ ଗହଣା ସଫା କରିବା ବଦଳରେ ତାଙ୍କ ଠାରୁ ସବୁ ଗହଣା ଲୁଟି ନେଇଗଲେ। ଏପରିକି ଦିନମଣୀ କାନରେ ପିନ୍ଧିଥିବା ସୁନାଫୁଲକୁ ଲୁଟିବାକୁ ଚେଷ୍ଟା ମଧ୍ୟ କରିଥିଲେ। ହେଲେ ସେଥିରେ ସେମାନ ବିଫଳ ହୋଇ ବାକି ସବୁ ଗହଣା ଲୁଟି ନେଇ ଚାଲିଗଲେ। ତେବେ ଖବର ଲେଖା ହେଲା ବେଳକୁ ପରିବାର ପକ୍ଷରୁ ଟାଙ୍ଗୀ ଥାନାରେ ଏନେଇ ଲିଖିତ ଅଭିଯୋଗ ପାଇଁ ତତ୍ପର ହେଉଥିବାର ଦେଖାଯାଇଛି।

Related posts