Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବଡ଼ ଭାଇ କାତି ଚୋଟରେ ସାନଭାଇ ଗୁରୁତର: ବାଣପୁର ମେଡିକାଲରେ ଭର୍ତ୍ତି
ଅପରାଧ

ବଡ଼ ଭାଇ କାତି ଚୋଟରେ ସାନଭାଇ ଗୁରୁତର: ବାଣପୁର ମେଡିକାଲରେ ଭର୍ତ୍ତି

January 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବଡ଼ ଭାଇ କାତି ଚୋଟରେ ସାନଭାଇ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତିହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବରଡ଼ୀ ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଯାଇଛି।

ଅଭିଯୋଗ ମୁତାବକ ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବରଡ଼ୀ ଗ୍ରାମରେ ଯଯାତି ପାତ୍ର ଏବଂ ବଡ଼ ଭାଇ ସଂଗ୍ରାମ ପାତ୍ର ସପରିବାରେ ବାସ କରନ୍ତି। ତେବେ ପରିବାର ଚଳାଇବାକୁ ଦୀର୍ଘବର୍ଷ ପୂର୍ବେ ପରିବାରବାସି ବିଭିନ୍ନ ଜାଗାରୁ କରଜ ଆଣିଥିଲେ। ଗତ ଏକବର୍ଷ ତଳେ ଯଯାତିଙ୍କ ବଡ଼ ଭାଇ ସଂଗ୍ରାମ କରଜ ଶୁଝିବା ପାଇଁ ଅମଙ୍ଗ ହେବା ସହ ଘର ସମ୍ପତିରୁ ମଧ୍ୟ କିଛି ଭାଗ ନେବେ ନାହିଁ ବୋଲି କହି ଘର ଛାଡି ଅନ୍ୟତ୍ର ରହିଆସୁଥିଲେ। ଗତକାଲି ପୁଣି ସେ ନିଜ ଘରକୁ ଫେରି ସମ୍ପତିରୁ ଭାଗ ନେବାପାଇଁ ଦାବି କରିଥିଲେ ଏବଂ ଏନେଇ ଗ୍ରାମରେ ବୈଠକ ମଧ୍ୟ ବସିଥିଲା।

ବୈଠକରେ କିଛି ନିଷ୍ପତି ଆସିବା ପୂର୍ବରୁ ଆଜି ସକାଳେ ଯଯାତି ଘରେ ଥିବା ବେଳେ ହଠାତ ସଂଗ୍ରାମ ଏକ କାତି ଦ୍ୱାରା ସାନ ଭାଇ ଯଯାତିଙ୍କ ମସ୍ତିଷ୍କକୁ ଏକାଧିକ ଚୋଟ ପକାଇଥିଲେ।  ଫଳରେ ସଂଗ୍ରାମଙ୍କ ବାମ କାନ ଅଧା କଟିଯିବା ସହ ମସ୍ତିଷ୍କରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ ଯଯାତିଙ୍କୁ ବାଣପୁର ମେଡିକାଲ ନେଇ ଯାଇଥିବାସ୍ଥଳେ ବର୍ତ୍ତମାନ ତାଙ୍କ ମୁଣ୍ଡରେ ଛଅ ଗୋଟି ସିଲେଇ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ତାଙ୍କର ଅବସ୍ଥା ଏବେ ସଙ୍କଟାପନ୍ନ ଥିବାରୁ ଭୁବେନେଶ୍ୱର ସ୍ଥାନାନ୍ତର କରିବା ପାଇଁ ପରିବାର ବର୍ଗ ଉଦ୍ୟତ ହେଉଥିବାର ଦେଖିବାକୁ ମିଳିଛି। ତେବେ ଏ ନେଇ ଯଯାତିଙ୍କ ପତ୍ନୀ ପୁଷ୍ପଲତା ପାତ୍ର ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ, ସେପଟେ ଦିଲ୍ଲୀପ ରାୟ କଲେ ଘୋଷଣା

March 3, 2026
Latest News

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.