Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ଚୋରୀ ଘଟଣା: ଧରା ହେଲେ ଚାରି ଆନ୍ତଃରାଜ୍ୟ ଚୋର
ଅପରାଧ

ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ଚୋରୀ ଘଟଣା: ଧରା ହେଲେ ଚାରି ଆନ୍ତଃରାଜ୍ୟ ଚୋର

January 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଦକ୍ଷେଶ୍ୱର ମନ୍ଦିର ମୂର୍ତ୍ତି ଚୋରି ଘଟଣାର ପର୍ଦାଫାଶ କରିବା ସହ ଦୁର୍ବୁତ୍ତଙ୍କୁ ଧରିବାରେ ସଫଳ ହୋଇଛି ବାଣପୁର ପୋଲିସ୍। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ଵାଇଁ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ଅନୁଯାୟୀ ବାଣପୁର ଏହି ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଚୋରକୁ ପୋଲିସ ଧରିବାରେ ସଫଳ ହୋଇଛି। ଏହି ସମସ୍ତ ଚାରି ଜଣ ଚୋର ରାଜସ୍ଥାନର ବୋଲି ଜଣାପଡିଛି। ସେମାନେ ହେଲେ ମୁକେଶ ଚନ୍ଦ୍ର ମୀନା(୪୪), କୈଳାଶ ମୀନା(୩୪), ଚୁତ୍ତାନ (୩୨), ମନୋଜ କୁମାର ମୀନା(୩୦)। ସେମାନଙ୍କ ନିକଟରୁ ୯ ଟି ଦେବାଦେବୀଙ୍କ ମୂର୍ତ୍ତି ଜବତ କରିବା ସହ, ଚାରୋଟି ତରଳା ଯାଇଥିବା ମୂର୍ତ୍ତି (ଧାତୁ), ଗୋଟିଏ ଆଧାର କାର୍ଡ, ତିନୋଟି ମୋବାଇଲ ଏବଂ ଗୋଟିଏ ଏୟାର ବ୍ୟାଗ ଜବତ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଯୁବକମାନେ ମୂର୍ତ୍ତି ଚୋରୀ ଉଦ୍ଦେଶ୍ୟରେ ଏକାଧିକ ଥର ଓଡିଶା ଆସିଛନ୍ତି।

ହେଲେ ସେମାନେ ନିଜକୁ ବିଦ୍ୟୁତ ବିଭାଗର ପୋଲ ପୋତିବା ନିମନ୍ତେ ଶ୍ରମିକ ଭାବେ ଦର୍ଶାଇଥାନ୍ତି। ସେମାନେ ଓଡିଶାର ୫/୬ ଟି ଜିଲ୍ଲାର ସ୍ଥାନୀୟ ଲୋକମାନଙ୍କ ସହ ସମ୍ପର୍କରେ ଥିଲେ। ପୋଲ ପୋତିବା କାମ ବାହାନାରେ ଓଡିଶାର ବିଭିନ୍ନ ସ୍ଥାନରେ ବୁଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି ଏବଂ ପୂର୍ବ ଯୋଜନା କରି ବିଭିନ୍ନ ମନ୍ଦିରଗୁଡିକରୁ ମୂର୍ତ୍ତି ଚୋରି କରିଥାନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବାଣପୁର ଦକ୍ଷ ପ୍ରଜାପତି ମନ୍ଦିରରୁ ଗତ ବର୍ଷ ଡିସେମ୍ବର ୨୨ ତାରିଖ ବିଳମ୍ବିତ ରାତ୍ରିରେ ୨୨ ଟି ମୁଲ୍ୟବାନ ମୂର୍ତ୍ତି ଚୋରୀ ହୋଇଥିଲା। ଏ ନେଇ ବାଣପୁର ଥାନାରେ ମାମଲା ରୁଜୁ ହେବାପରେ ବାଲୁଗାଁ ଏସ୍ଡ଼ିପିଓ ଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ଏସ୍.ଆଇ ବିଜୟ କୁମାର ମଲ୍ଲିକ ଏବଂ ରାଜକିଶୋର ବେହେରାଙ୍କ ମିଳିତ ଟିମ ଏହାର ତଦନ୍ତରେ ଲାଗିପଡ଼ିଥିଲେ।

ତେବେ ଗତକାଲି ରାତିରେ ଖୋର୍ଦ୍ଧା ବରୁଣେଇ ଅଞ୍ଚଳରୁ କୈଳାଶ ମୀନାଙ୍କୁ ପୋଲିସ ଗିରଫ କରିବାପରେ ତାଙ୍କ ସୂଚନା ଅନୁଯାୟୀ ଅନ୍ୟ ୩ ଜଣ ଆସାମୀଙ୍କୁ ଗିରଫ କରିଥିଲା।  ତେବେ ଚୋରାମାନେ ଓଡିଶାରୁ ପୂର୍ବରୁ ବହୁ ମୂର୍ତ୍ତି ଚୋରି କରିଥିବାରୁ ସବୁ ମୂର୍ତ୍ତି ଗୁଡିକୁ ରାଜସ୍ଥାନ ନେବା ସମ୍ଭବ ନଥିଲା। ତେଣୁ ସେମାନେ କେତେକ ମୂର୍ତ୍ତିଗୁଡିକୁ ପୋତିଦେଇଥିବା ସ୍ଥଳେ ଅନ୍ୟ କେତେକ ମୂର୍ତ୍ତିଗୁଡିକୁ ତରଳାଇ ଧାତୁ ତିଆରି କରିଦେଇଥିଲେ। ଏବଂ ଯାହା କିଛି ମୂର୍ତ୍ତି/ଧାତୁ ସେମାନଙ୍କ ନିକଟରେ ଥିଲା ତାକୁ ପୋଲିସ ଜଟଣୀ ନିକଟସ୍ଥ ଗୋଶାଳା ପଡିଆରୁ ଜବତ କରିଛି।

ଅପରପକ୍ଷରେ ପୋଲିସ ଦକ୍ଷ ପ୍ରଜାପତି ମନ୍ଦିର ପ୍ରଶାସନକୁ ମନ୍ଦିରର ସୁରକ୍ଷା ବଢାଇବା ପାଇଁ ନିବେଦନ କରିଛି କାରଣ ଚୋର ମାନଙ୍କୁ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା ଥିବାହେତୁ ଚୋରି କରିବାକୁ ସୁବିଧା ହୋଇଥିଲା।

ତେବେ ବାଣପୁର ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ଥିବାବେଳେ ଦୀର୍ଘ ଏକମାସ ପରେ ଲୁଟ ଘଟଣାର ପର୍ଦ୍ଦାଫାଶ କରିବାକୁ ସଫଳ ହୋଇଛି। ଏଥିଲାଗି ବାଣପୁର ଜନସାଧାରଣ ପୋଲିସ ପ୍ରଶାସନକୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଇବା ସହ ଭାରତୀୟ ପ୍ରତ୍ନତତ୍ୱ ବିଭାଗକୁ ମନ୍ଦିର ସୁରକ୍ଷାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ, ସେପଟେ ଦିଲ୍ଲୀପ ରାୟ କଲେ ଘୋଷଣା

March 3, 2026
Latest News

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.