Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପ୍ରେମକାହାଣୀର ଦୁଃଖଦ ଅନ୍ତ: ଭିଡ଼ିଓ କଲ୍ କରି ଆତ୍ମହତ୍ୟା କଲା ପ୍ରେମିକା
ଅପରାଧ

ପ୍ରେମକାହାଣୀର ଦୁଃଖଦ ଅନ୍ତ: ଭିଡ଼ିଓ କଲ୍ କରି ଆତ୍ମହତ୍ୟା କଲା ପ୍ରେମିକା

February 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅନଲାଇନ୍ ଠକେଇ ମାମଲା: ଚୀନ୍‌ରେ ୧୧ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ
ଅନଲାଇନ୍ ଠକେଇ ମାମଲା: ଚୀନ୍‌ରେ ୧୧ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୌଣସି ଏକ ଚଳଚ୍ଚିତ୍ରର ଦୁଃଖଦ ଅନ୍ତ ଭଳି ଏକ ଘଟଣା ବ୍ରହ୍ମପୁର ଅଂଚଳର ଦେଖିବାକୁ ମିଳିଛି। ଜନୈକ ପ୍ରେମିକା ନିଜ ପ୍ରେମିକକୁ ଭିଡ଼ିଓ କଲ୍ କରି ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦାୟକ ଘଟଣାକୁ ଦେଖିଲେ ଏହା କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ ବୋଲି ଚର୍ଚ୍ଚା ହେଉଛି। ଘଟଣାଟି ଘଟିଛି ବୈଦ୍ୟନାଥପୁର ଅନନ୍ତ ନଗରଠାରେ ଥିବା ହଷ୍ଟ୍ରେଲ୍ ରୁମ୍‌ରେ। ପ୍ରେମିକା ସାଇସୁରି ପ୍ରେମିକ ସୁମନଙ୍କୁ ନିଜ ଜୀବନସାଥୀ ଭାବେ ନ ପାଇପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଂଚଳର ସାଇସୁରି ସରାଭ ନାମ୍ନି ଜଣେ ଯୁବତଙ୍କ ସହ ବ୍ରହ୍ମପୁର ଖାରବେଳନଗରରେ ରହୁଥିବା ସୁମନ ସାହୁଙ୍କ ସହ ପ୍ରେମସଂପର୍କ ଗଢ଼ି ଉଠିଥିଲା। ଉଭୟେ କଲେଜ ଅମଳର ବନ୍ଧୁତା ଥିବାରୁ ପ୍ରେମ ଅତି ନିବିଡ଼ ହୋଇଥିଲା। ସୁମନ କିଛି ଗୋଟେ ରୋଜଗାର କରିବା ପରେ ସାଇସୁରିକୁ ବିବାହ କରିବ ବୋଲି କଥା ଦେଇ ମିଳାମିଶା କରୁଥିଲା। ଇତିମଧ୍ୟରେ ଏହି ଖବର ସୁମନଙ୍କ ପରିବାର ଲୋକ ଜାଣିବା ପରେ ସାଇସୁରିଙ୍କୁ ନ ମିଶିବାକୁ ତାଗଦ୍ କରିବା ସହ ପୁଅକୁ ମଧ୍ୟ ବୁଝାଇଥିଲେ।

ଏଭଳି ଘଟଣା ଯୋଗୁଁ କିଛି ଦିନ ତଳେ ଉଭୟ ପ୍ରେମିକ-ପ୍ରେମିକା ମଧ୍ୟ ଝଗଡ଼ା ମଧ୍ୟ ହୋଇ କଥାକଟା କଟି ହୋଇଥିଲା। ଉଭୟେ କିଛି ମାସ ହେଲା କଥାବାର୍ତ୍ତା କରୁନଥିଲେ। କିନ୍ତୁ କିଛିଦିନ ତଳେ ଉଭୟେ କଥାବାର୍ତ୍ତା କରିବା ସହ ପୁଣି ପୁରୁଣା ପ୍ରେମକୁ ଆଗକୁ ବଢ଼ାଇଥିଲେ।

ତେବେ ସୁମନର ମା’ ଏହି ବିଷୟ ନେଇ ସାଇସୁରିକୁ ବହୁବାର ବୁଝାଇବା ସହ ସୁମନଠାରୁ ଭଲ ପୁଅ ତତେ ମିଳିବ କହି ଅନ୍ୟ କେଉଁଠି ବାହା ହେବାକୁ ମଧ୍ୟ କହୁଥିଲେ। ମଝିରେ ମଝିରେ ସେମାନେ ଘରୁ ଚାଲିଯିବାକୁ ମଧ୍ୟ ଚେଷ୍ଟା କରୁଥିଲେ ମଧ୍ୟ ସୁମନର କୌଣସି ରୋଜଗାର ନଥିବାରୁ ସୁମନ ଆଗକୁ ବଢ଼ି ପାରୁନଥିଲା। ସୋମବାର ଦିନ ପୁଣି ସାଇସୁରି ସୁମନଙ୍କ ମା’ଙ୍କୁ ଫୋନ୍ କରି ବାହାହେବା ପାଇଁ ଜିଦ୍ କରିବାରୁ ତାଙ୍କଠାରୁ ସଂପର୍କ ନ ରଖିବା ପାଇଁ ତାଗିଦ୍ କରିଥିଲେ। ଏହାପରେ ସାଇସୁରି ସିଧା ସୁମନକୁ ଭିଡ଼ିଓ କଲିଂ କରି ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି କହି ବେକରେ ରଶି ଲଗାଇ ଲଟକି ଯାଓଥିଲେ। ସୁମନ ନେହେରା ହୋଇଥିଲେ ମଧ୍ୟ ସାଇସୁରି ଆତ୍ମହତ୍ୟା କରିଥିବା ସୁମନ କହିଛନ୍ତି।

ତେବେ ସଂଗେ ସଂଗେ ସୁମନ ନିକଟରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଜଣାଇବା ପରେ ଝିଅମାନେ ସାଇସୁରିର ହଷ୍ଟ୍ରେଲ୍‌ରେ ପହଞ୍ଚିଥିଲେ ମଧ୍ୟ ଭିତରପଟୁ କବାଟ ଦିଆଯାଇଥିବାରୁ ଆଉ ଖୋଲିପାରିନଥିଲେ। ପରେ ସୁମନ ସେଠାରେ ପହଞ୍ଚି କବାଟ ଭାଙ୍ଗିବା ସହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌କୁ ନେଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବା ପରେ ମେଡ଼ିକାଲ୍ ଫାଣ୍ଡି ପ୍ରେମିକ ସୁମନ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆତ୍ମହତ୍ୟା ପ୍ରେମିକା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.