Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସନ୍ତାନ ନ ହେବାରୁ ବୋହୁକୁ ପେଟ୍ରୋଲ ଢାଳି ହତ୍ୟା: ଥାନାରେ ଅଭିଯୋଗ କଲେ ବାପା
ଅପରାଧ

ସନ୍ତାନ ନ ହେବାରୁ ବୋହୁକୁ ପେଟ୍ରୋଲ ଢାଳି ହତ୍ୟା: ଥାନାରେ ଅଭିଯୋଗ କଲେ ବାପା

February 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସନ୍ତାନ ସନ୍ତତି ନ ହେବାରୁ ଏବଂ ଯୌତୁକ ନ ଆଣିବାରୁ ବୋହୁକୁ ପେଟ୍ରୋଲ ଢାଳି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ମାଧପୁର ଗ୍ରାମର କୃଷ୍ନ ବେହେରାଙ୍କ ଝିଅ ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତର ଗୋବିନ୍ଦପୁର ଗ୍ରାମରେ ଶିବ ବେହେରାଙ୍କ ପୁତ୍ର ବସନ୍ତ ବେହେରାଙ୍କ ସହିତ ଗତ ତା ୧୯/୪/୨୦୧୭ ରେ ବିବାହ ହୋଇଥିଲା।

ହେଲେ ବିବାହ ସମୟରେ ଜ୍ୱାଇଁ ଘର ତରଫରୁ ଯୌତୁକ ବାବଦରେ ସମସ୍ତ ପ୍ରକାର ଜିନଷ କନ୍ୟାପକ୍ଷ ଦେଇଥିଲେ। କିନ୍ତୁ ବିବାହ ପରେ ଝିଅର ସ୍ୱାମୀ, ଶାଶୁ ଭୁମି ବେହେରା  ନଣନ୍ଦ ନମିତା ବେହେରା ବୋହୁ ରୁନୁଙ୍କୁ ଯୌତୁକ ବାବଦରେ ତାଙ୍କ ଘରୁ ଏକ ବାଇକ୍ ଆଣିିବାକୁ ଅଡି ବସିଥିଲେ। ଏପରିକି ଗାଡି ନ ଆଣିବାରୁ ବୋହୂ ରୁନୁକୁ ବାରମ୍ବାର ମାଡପିଟ କରୁଥିଲେ। ଝିଅର ବାପା ଦାବୀ ମୂତାବକ ଏକ ମୋଟରସାଇକେଲ୍ ମଧ୍ୟ ଦେଇଥିଲେ।

ଏତିକିରେ ନିର୍ଯ୍ୟାତନା ସରି ନ ଥିଲା। ଶ୍ୱଶୁର ଘର ବୋହୂ ରୁନୁର କୌଣସି ଛୁଆ ପିଲା ନ ହେବାରୁ ମାଡ ମାରିବା ଆରମ୍ଭ କରିଦେଇଥିଲେ। ପୁନଶ୍ଚ ଗତ ଡିସେମ୍ବର ୨୯ ତାରିଖରେ ପୁଣି ମାଡପିଟ୍ କରିଥିଲେ। ଡିସେମ୍ବର ୩୦ ତାରିଖ ସକାଳ ୭ ଟାରେ ଝିଅର ବାପା ପାଖକୁ ବୁର୍ଲା ଡାକ୍ତରଖାନାରୁ ଝିଅ ରୁନୁ କାହାର ଏକ ମୋବାଇଲରେ ଫୋନ୍ କରି ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପ୍ରକାଶ କରିଥିଲା। ତାର ସ୍ୱାମୀ, ଶାଶୁ, ଶ୍ୱଶୁର ମିଶି ତାକୁ ପେଟ୍ରୋଲ ଢାଳି ପୋଡି ଦେଇଥିବା ପ୍ରକାଶ କରିଥିଲା। ଝିଅର ବାପା ବୁର୍ଲା ଯାଇ ଝିଅକୁ ଦେଖା କରି ଜାଣିଲା ଯେ ଝିଅର ଦେହ ପୋଡିଯାଇଛି। ସେ ଗୁରୁତର ହୋଇଥିବା ଦେଖିବାକୁ ପାଇଥିଲେ।

ଝିଅର ବାପାଙ୍କ ଅଭିଯୋଗ ଯେ, ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକେ ମିଶି ପେଟ୍ରୋଲ ଢାଳି ଦେଇଥିଲେ। ପ୍ରାଣ ବିକଳରେ ଝିଅ ରୁନୁ ପାଖରେ ଥିବା ଏକ କୂଅ ଭିତରକୁ ଡେଇଁ ପଡିଥିଲେ। କୂଅ ଭିତରୁ କାହାର ଚିତ୍କାର ଶୁଣି ପାଖ ପଡିଶା ଲୋକେ ଧାଇଁ ଯାଇ ତାକୁ ଉଦ୍ଧାର କରି ବୁର୍ଲା ପଠାଇଥିଲେ। ତାର ଅବସ୍ଥା ଗୁରୁତର ହେବାରୁ ବୁର୍ଲାରୁ ଜାନୁଆରୀ ୬ ତାରିଖରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। କଟକରେ ଚିକିତ୍ସା ହେବା ପରେ ଫେବୃଆରୀ ୨ ତାରିଖରେ ଡାକ୍ତର ତାକୁ ଡିସ୍‌ଚାର୍ଜ କରିଦେଇଥିଲେ।

ଶେଷରେ ବାପଘର ଅନୁଗୋଳ ଜିଲ୍ଲା ମାଧପୁର ଗ୍ରାମକୁ ନେଇ ଯାଇଥିଲେ। ଏହା ପରେ ରୁନୁର ଅବସ୍ଥା ସଂକଟାପନ୍ନ ହେବାରୁ ଆଠମଲ୍ଲୀକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତା ପରେ ପୁଣି ଫେବୃଆରୀ ୬ ତାରିଖରେ ଅନୁଗୋଳ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ସଂଧ୍ୟା ସମୟରେ ରୁନୁର ମୃତ୍ୟୁ ହୋଇଯାଇଥିଲା। ରୁନୁର ମୃତ୍ୟୁ ହେବା ପରେ ତାର ବାପା ରେଢାଖୋଲ ଥାନାକୁ ଆସି ଲିଖିତା କାରରେ ଅଭିଯୋଗ କରିଥିବା ଜଣା ପଡିଛି। ରେଢାଖୋଲ ପୋଲିସ୍ ଏକ କେସ୍ ରୁଜୁ କରି ତଦନ୍ତ କରୁଥିବା ଜଣା ପଡିଛି।

ଯୌତୁକ ନିର୍ଯାତନା ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026
Latest News

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.