![](https://thesamikhsya.com/odia/wp-content/uploads/2021/02/delet-157-34-138.jpg)
ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଗଞ୍ଜେଇ କାରବାର କରୁଥିବା ସମୟରେ ଟାଙ୍ଗୀ ଅବକାରୀ ବିଭାଗ ଜଣେ ମହିଳାଙ୍କୁ ଗିରଫ କରିଛି।
ସୂଚନା ମୁତାବକ ଆଜି ସକାଳେ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଆଲୋକ କୁମାର ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ବ୍ଲକ ଅଧିନସ୍ଥ ଝରିଆ ଗ୍ରାମର ନୂଆ ସାହି ଠାରେ ସଦଳବଳେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉ ସମୟରେ ୪୨ ବର୍ଷିୟା ମହିଳାଙ୍କୁ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଅବକାରୀ ବିଭାଗ ଗିରଫ କରିଛି। ଏବଂ ଅବକାରୀ ବିଭାଗ ତାଙ୍କ ନିକଟରୁ ୨ କେଜି ୩୦୦ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରିଛି।
ତାଙ୍କ ବିରୁଦ୍ଧରେ ଏନ୍.ଡ଼ି.ପି.ଏସ୍ ଆଇନ ଅନୁଯାୟୀ କେସ ନମ୍ବର ୬୪/୨୦-୨୧ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ, ଅବକାରୀ ଏବଂ ଟାଙ୍ଗୀ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।