ନୀରବ ମୋଦୀ ୨୮ ଦିନ ଭିତରେ ଭାରତ ଫେରିବ!: ରକ୍ଷା ପାଇବା ପାଇଁ ରହିଛି ଆଉ ତିନୋଟି ବିକଳ୍ପ

Published: Feb 25, 2021, 5:51 pm IST

ନୂଆଦିଲ୍ଲୀ/ଲଣ୍ଡନ: ଭାରତୀୟ ଏଜେନ୍ସିଙ୍କୁ ଆଜି ବଡ ସଫଳତା ମିଳିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀ ଏବେ ଭାରତ ଆସିବ। ଲଣ୍ଡନର ଏକ ଅଦାଲତ ନୀରବ ମୋଦୀକୁ ଭାରତ ପ୍ରତ୍ୟର୍ପଣ ପାଇଁ ମଞ୍ଜୁରୀ ଦେଇଛନ୍ତି। ଅଦାଲତର ଏହି ଶୁଣାଣୀର ଚିଠି ଲଣ୍ଡନର ଗୃହ କାର୍ଯ୍ଯାଳାୟକୁ ପଠାଯିବ। ଏହାପରେ ଗୃହ କାର୍ଯ୍ଯାଳୟ ପାଖରେ ୨୮ ଦିନର ସମୟ ରହିବ। ଯେଉଁଥିରେ ଗୃହ ସଚିବ ହସ୍ତାକ୍ଷର କରିବେ। ଏହି ୨୮ ଦିନ ଭିତରେ ନୀରବ ମୋଦୀକୁ ଭାରତ ଆଣିବା ପ୍ରକ୍ରିୟା ଶେଷ ହୋଇଯିବ।

କିନ୍ତୁ ନୀରବ ମୋଦୀ ପାଖରେ ଆଉ ତିନୋଟି ବିକଳ୍ପ ରହିଛି, ଯେଉଁଥିରେ ସେ ଏଥିରୁ ରକ୍ଷା ପାଇପାରିବ। ପ୍ରଥମ ବିକଳ୍ପ ହେଉଛି ସେ ସ୍ଥାନୀୟ ଅଦାଲତର ଶୁଣାଣୀ ବିରୋଧରେ ଉଚ୍ଚ ନ୍ୟାୟଳୟକୁ ଯାଇପାରିବ। ଯଦି ସେଠାରୁ ନୀରବ ମୋଦୀ ହାରି ଯାଏ, ତେବେ ସେ ସୁପ୍ରିମକୋର୍ଟକୁ ମଧ୍ୟ ଯାଇପାରିବ। ଯଦି ସେଥିରୁ ମଧ୍ୟ ବିଫଳ ହୁଏ, ଶେଷରେ ମାନବାଧିକାର ପାଖକୁ ମଧ୍ୟ ଯାଇପାରିବ। ଏହାର ଅର୍ଥ ଏସବୁ ପ୍ରକ୍ରିୟା ପୂର୍ଣ୍ଣ ହେବା ପାଇଁ ଏକ ବର୍ଷରୁ ଦୁଇ ବର୍ଷ ଲାଗିପାରେ। ନୀରବ ମୋଦୀ ଯଦି ଏହି ତିନୋଟି ବିକଳ୍ପର ଦ୍ଵାରସ୍ଥ ନହୁଏ, ତେବେ ୨୮ ଦିନ ଭିତରେ ସେ ଭାରତ ଫେରିବ।

Related posts