ଅପହୃତା ନାବାଳିକା ଉଦ୍ଧାର, ଯୁବକ ଗିରଫ

Published: Mar 4, 2021, 1:06 pm IST

ପୁରୀ: ଟାଉନଥାନା ଅନ୍ତର୍ଗତ ବାଲିସାହି ଶ୍ୱେତଗଙ୍ଗା ଲେନର ଜଣେ ନାବାଳିକା ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଏସପି କେ. ଭିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ପୁରୀଜିଲ୍ଲାର ଚନ୍ଦନପୁର, ସତ୍ୟବାଦୀ, ବାଲିପୁଟ, ଗୋପ, ବାସେଳୀସାହି ଅ ଳରେ ଛାନଭିନ୍ କରିଥିଲେ। ଏହାସହ ନୟାଗଡ ଜିଲ୍ଲାର ଶରଣକୂଳ, ଇଟାମାଟି ଆଦି ଅଞ୍ଚଳ ଖୋଜିବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଅଭିଯୁକ୍ତ ଯୁବକ ଶିବପ୍ରସାଦ ଦାସ ୩୦କୁ ଗିରଫ କରିଥିଲେ। ଶିବଙ୍କ ଘର ଚନ୍ଦନପୁର ଉଷାସାହିରେ ବୋଲି ଜଣାଯାଇଛି।

ନାବାଳିକା ଅପହରଣ ସଂପର୍କରେ ମନୋରମା ଦାସ ଟାଉନଥାନରେ ଗତ ୨୩ ତାରିଖରେ ଅଭିଯୋଗ କରିଥିଲେ। ଏ ସଂପର୍କରେ ଟାଉନଥାନରେ ୫୩/୨୧ର ମାମଲା ରୁଜୁ ହୋଇଥିଲା।

Related posts