ସାମାଜିକ ଗଣମାଧ୍ୟମରେ ହିନ୍ଦୁ ଧର୍ମ ପ୍ରତି ଅଶାଳୀନ ପୋଷ୍ଟ: କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଦାବିପତ୍ର

Published: Mar 6, 2021, 11:23 am IST

କୋରେଇ: ସମାଜିକ ଗଣମାଧ୍ୟମରେ ହିନ୍ଦୁ ଧର୍ମ, ହିନ୍ଦୁ ପୁରାଣ ଶାସ୍ତ୍ର ଓ ହିନ୍ଦୁ ଦେବାଦେବୀଙ୍କୁ କଦର୍ଥ କରି ଲେଖା ଓ ଟିପ୍ପଣୀ ପ୍ରଦାନ କରୁଥିବା ମନୋରଞ୍ଜନ ଯେନାଙ୍କୁ ଗିରଫ କରି କଠୋର ଦଣ୍ଡ ବିଧାନ ନିମନ୍ତେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପିଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି।

ଅଭିଯୋଗ ମୁତାବକ ବଡଚଣା ଥାନା ଅଂଚଳର ମନୋରଞ୍ଜନ ଯେନା ଦୀର୍ଘ ଦିନ ହେବ ସାମାଜିକ ଗଣମାଧ୍ୟମ ଓ ଫେସବୁକ୍ ମାଧ୍ୟମରେ ହିନ୍ଦୁ ଧର୍ମ ସମ୍ପର୍କରେ କଦର୍ଥ ଟିପ୍ପଣୀ ମାନ ପୋଷ୍ଟ କରି ସମାଜରେ ହିଂସା ଓ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛନ୍ତି। ଏହିଭଳି ନକାରାତ୍ମକ ଲେଖା ସମାଜରେ ପ୍ରତ୍ୟେକ ଦିନ ଅଶାନ୍ତିର ବିଷ ମଞ୍ଜି ବୁଣି ଚାଲିଛି। ଏଭଳି କାର୍ଯ୍ୟକଳାପକୁ ରୋକା ନଗଲେ ନିଆଁ ଭଳି କୁହୁଳୁଥିବା ଅସନ୍ତୋଷ ସମଗ୍ର ରାଜ୍ୟକୁ ବ୍ୟାପିବ। ତେଣୁ ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Related posts