Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
ଅପରାଧ

ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

March 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗଞ୍ଜାମ: ଗତକାଲି ରାତି ପ୍ରାୟ ୯ଟା ସମୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଝାଡ଼ାଙ୍କୁଲି ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ପୁଅର ଆଖି ସାମ୍ନାରେ ବାପାକୁ ହତ୍ୟା କରାଯାଇଛି। ବାପା ପୁଅ ଦୁହେଁ କୌଣସି କାମରେ ନିକଟସ୍ଥ ସାତକୁଟୁଣୀ ଗ୍ରାମକୁ ଯାଇ ଫେରୁଥିବା ବେଳେ ଝାଡ଼ାଙ୍କୁଲି ଗ୍ରାମ ନିକଟରେ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ଖଣ୍ଡା, କାତି, ଠେଙ୍ଗା ବାଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲେ।

ଫଳରେ ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ। ଦୁହିଁଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବାପା କୋରା ସେଠୀଙ୍କ ମୃତ୍ୟୁ ଘଟିଥିଲା। ପୁଅ ପ୍ରଶାନ୍ତଙ୍କ ଅବସ୍ଥା ଶଙ୍କଟାପନ୍ନ ହୋଇପଡିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ଡ଼ାକ୍ତରଖାନାରେ ଏବଂ ଘଟଣାସ୍ଥଳରେ ସଦର ଥାନା ପୋଲିସ ଆଇଆଇସି ଓ ବୈଦ୍ୟନାପୁର ଥାନା ଆଇଆଇସି ଏବଂ ସଦର ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି ପହଂଚି ଘଟଣାର ଅନୁଧ୍ୟାନ କରୁଛନ୍ତି। ସଦର ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ ହୋଇଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା ଜାରୀ ରଖିଛି ପୋଲିସ।

ଗଞ୍ଜାମ ଜିଲ୍ଲା ବାପା ମୃତ ସଂଘବଦ୍ଧ ଆକ୍ରମଣ ସଦର ଥାନା ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026
Latest News

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.