Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଯୁବତୀଠାରୁ ଟଙ୍କା, ଅଳଙ୍କାର ହଡ଼ପ ଅଭିଯୋଗ
ଅପରାଧ

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଯୁବତୀଠାରୁ ଟଙ୍କା, ଅଳଙ୍କାର ହଡ଼ପ ଅଭିଯୋଗ

March 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାରିପଦା: ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୮, ବଡ଼ବଜାର ଅଂଚଳର ଲିପନ ଓରଫ ଅନନ୍ତ କୁମାର ରଣା(୩୧) ବାରିପଦା ପୌରପରିଷଦର ଜନୈକ ଯୁବତୀକୁ ପ୍ରଥମେ ଭଲ ପାଇ ବସିଥିଲା। ଏହାପରେ ୨୦୨୦ ଡ଼ିସେମ୍ବରଠାରୁ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀ ଜଣକ ଉଠାଇଥିବା ୭୦ ହଜାର ଟଙ୍କା ଗ୍ରୁପ ଲୋନ ହାତେଇ ନେବା ସାଙ୍ଗକୁ ପିନ୍ଧିଥିବା ସୁନା କାନଫୁଲ ଆଦି ନେଇଥିଲା।

ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅନନ୍ତ କୁମାର ରଣାଙ୍କ ସମ୍ମୁଖରେ ଯୁବତୀ ଜଣକ ବିବାହ ପ୍ରସଙ୍ଗ ଉପସ୍ଥାପନ କରିବା ପରେ ଅନନ୍ତ ପ୍ରଥମେ ପ୍ରଥମେ ବିବାହକୁ ଟାଳି ଆସୁଥିଲା। ମାତ୍ର ଯୁବତୀ ଜଣକ ବିବାହକୁ ନେଇ ଅଡ଼ିବସିବାରୁ ଅଭିଯୁକ୍ତ ଅନନ୍ତ ତାଙ୍କୁ କାହିଁକି ବିବାହ କରିବ ବୋଲି ପ୍ରଶ୍ନ କରିବା ସାଙ୍ଗକୁ ଅଶାଳୀନ ଓ କଟୁ ଶବ୍ଦରେ ଗାଳିଗୁଲଜ କରିଥିଲା। ଏଥି ସହିତ ଅନନ୍ତ ନିଜ ମୋବାଇଲରେ ରଖିଥିବା ଯୁବତୀର କେତେକ ଫଟୋକୁ ଭାଇରାଲ କରିଦେବାର ଧମକ ଦେଇଥିଲା। ଏଥି ସହିତ ଯୁବତୀ କାର୍ଯ୍ୟ କରୁଥିବା କ୍ଲିନିକକୁ ଯାଇ ଯୁବତୀର ଭବିଷ୍ୟତକୁ ବରବାଦ କରିଦେବାର ଧମକ ଦେଇଥିଲା।

ଏହି ସମସ୍ତ ଘଟଣାକୁ ନେଇ ଯୁବତୀର ବାପା ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଆଇପିସି ଧାରା ୩୪୧, ୩୫୪, ୪୨୦, ୨୯୪, ୩୨୩, ୫୦୬, ଆର/ଡବ୍ଲ୍ୟୁ ସେକସନ ୬୬(ଡ଼ି)/୬୭ ଆଇଟି ଆକ୍ଟ ଅନୁସାରେ କେଶ ନମ୍ବର ୧୯୮/୨୦୨୧ ରୁଜୁ କରାଯାଇ ଅଭିଯୁକ୍ତ ଲିପନ ଓରଫ ଅନନ୍ତ କୁମାର ରଣାଙ୍କୁ ଗିରଫ ଓ କୋର୍ଟ ଚାଲାଣ କରାଯାଇଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏଥି ସହିତ ପୁଲିସ ଅନନ୍ତଙ୍କ ମୋବାଇଲ ଫୋନ, କମ୍ପ୍ୟୁଟରର ହାର୍ଡ଼ଡ଼ିସ୍କ ସହ ପିଡ଼ିତା ସହ ଯୋଡ଼ି ହୋଇଥିବା ଅନ୍ୟ କେତେକ ସ୍କ୍ରନ ସର୍ଟ ଆଦିକୁ ମଧ୍ୟ ଜବତ କରାଯାଇଛି।

ପ୍ରତାରଣା
Share. Facebook Twitter LinkedIn Email WhatsApp Copy Link

Related Posts

‘ଗ୍ରୀନ୍ ଏନର୍ଜି ଉତ୍କର୍ଷ କେନ୍ଦ୍ର’ ପ୍ରତିଷ୍ଠା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

October 6, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନ

October 6, 2026

ଗୁଜରାଟର ଏକତା ନଗରରେ ଆୟୋଜିତ ଦୁଇଦିନିଆ ‘ଚିନ୍ତନ ଶିବିର’ରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 6, 2026

ଆଜି ଅକ୍ଟୋବର ୬ ତାରିଖରେ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 6, 2026
Latest News

ପିସିବିର ସର୍ତ୍ତ ପ୍ରତ୍ୟାଖ୍ୟାନ: ଡବ୍ଲ୍ୟୁସିଏଲ୍‌ରୁ ଓହରିଲା ପାକିସ୍ତାନ

October 6, 2026

‘ଗ୍ରୀନ୍ ଏନର୍ଜି ଉତ୍କର୍ଷ କେନ୍ଦ୍ର’ ପ୍ରତିଷ୍ଠା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

October 6, 2026

ରଣଜୀ ଟ୍ରଫି: ପ୍ରଥମ ମ୍ୟାଚ୍‌ ପାଇଁ ମୁମ୍ବାଇ ଦଳରୁ ବାଦ୍ ପଡ଼ିଲେ ସୂର୍ଯ୍ୟକୁମାର

October 6, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନ

October 6, 2026

BJPର ରାଜ୍ୟସଭା ରଣନୀତିରେ ବଡ଼ ପରିବର୍ତ୍ତନ! ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ନାମ ନାହିଁ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.