Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚିଲିକା ଦୋଳ ଉତ୍ସବକୁ ଦୃଷ୍ଟିରେ ରଖି ଆକ୍ସନ ମୁଡ଼ରେ ପୋଲିସ ଓ ଅବକାରୀ: ବନ୍ଧାହେଲେ ଚାରି ମଦବେପାରୀ
ଅପରାଧ

ଚିଲିକା ଦୋଳ ଉତ୍ସବକୁ ଦୃଷ୍ଟିରେ ରଖି ଆକ୍ସନ ମୁଡ଼ରେ ପୋଲିସ ଓ ଅବକାରୀ: ବନ୍ଧାହେଲେ ଚାରି ମଦବେପାରୀ

April 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକାରୁ ଚୋରା ଦେଶୀ ମଦ ବିକ୍ରି ଅଭିଯୋଗରେ ଦୁଇ ଜଣ ମହିଳାଙ୍କ ସମେତ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ନାଚୁଣୀ ଫାଣ୍ଡି ପୋଲିସ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଦ୍ଵାରା ଚିଲିକା ବ୍ଲକର ନଇରୀ ଏବଂ ବଉଳାବନ୍ଧ ଗ୍ରାମର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଛି। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସକାଳ ୭ ଘଟିକାରୁ ପାଖାପାଖି ୨ ଘଣ୍ଟା ଯାଏଁ ଚଢ଼ାଉ ଜାରି ରହିଥିଲା। ଉକ୍ତ ଧରପଗଡ଼ ଅଭିଯାନରେ ୨ ଜଣ ମହିଳାଙ୍କୁ ମିଶାଇ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତ ମାନେ ହେଲେ ଶିବୁ ସ୍ୱାଇଁ, ସୁକାନ୍ତି ବେହେରା, ବିନତି ବେହେରା ଏବଂ ପ୍ରମୋଦ ସାହୁ। ସମସ୍ତେ ଚୋରାରେ ଦେଶୀ ମଦ ବିକୁଥିଲେ। ସେମାନଙ୍କଠାରୁ ସମୁଦାୟ ୯୬ ଲିଟର ଦେଶୀ ମଦ ଜବତ ହୋଇଛି।

ତେବେ ଗିରଫ ହୋଇଥିବା ସମସ୍ତ ଚାରି ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅବକାରୀ କେସ୍ ନମ୍ବର ୧,୨,୩ ଏବଂ ବାଣପୁର ଥାନା କେସ ନମ୍ବର ୧୨୦ ରେ ଚାରି ଗୋଟି ମାମଲା ରୁଜୁ କରାଯାଇ ଆଜି ବାଣପୁର କୋର୍ଟ ଚାଲାଣ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଇରୀ ଦଶଦୋଳ ଏବଂ ବଉଳାବନ୍ଧ ଏଗାରଦୋଳ ଉତ୍ସବ ପାଳନ ନିମନ୍ତେ ଗତକାଲି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଯାତ୍ରା ଶେଷ ହେବା ଯାଏଁ ସମ୍ପୃକ୍ତ ଅଞ୍ଚଳରେ ଦେଶୀ ମଦ ଚଢ଼ାଉ ଅଭିଯାନ ଜାରି ରଖିବେ ବୋଲି ସୂଚନା ଦେଇଥିଲେ। ଯାହା ଫଳରେ ଶ୍ରୀ ସାହୁ ଉକ୍ତ ଅଭିଯାନକୁ ଆଜିଠାରୁ ଆରମ୍ଭ କରିଦେଇଛନ୍ତି।

ତେବେ ଯାତ୍ରା ପୂର୍ବରୁ ପୋଲିସ ଓ ଅବକାରୀ ବିଭାଗର ଏପରି କାର୍ଯ୍ୟାନୁଷ୍ଠାନକୁ ସବୁ ଦିଗରୁ ପ୍ରଶଂସା କରାଯାଇଛି।

ଅଭିଯୁକ୍ତ ଗିରଫ ଚୋରା ଦେଶୀ ମଦ ଟାଙ୍ଗୀ ଅବକାରୀ ବିଭାଗ ନାଚୁଣୀ ଫାଣ୍ଡି ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.