ଟିୟୁସନରୁ ଫେରୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ବିଷ ପିଇ ଆତ୍ମହତ୍ୟା କଲେ ପୀଡ଼ିତା

Published: Apr 3, 2021, 12:34 pm IST

ମେରଠ: ଉତ୍ତରପ୍ରଦେଶର ମେରଠ ଥାନା ଅନ୍ତର୍ଗତ କୋତବାଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟିୟୁସନରୁ ଫେରୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଚାରି ଜଣ ଯୁବକ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ପୀଡ଼ିତା ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ଶୁଣିବାକୁ ମିଳିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ପୀଡ଼ିତା ଜଣଙ୍କ ଟିୟୁସନରୁ ଫେରୁଥିବା ବେଳେ ସେହି ଗ୍ରାମର ଚାରି ଜଣ ଯୁବକ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। ଆହତ ଅବସ୍ଥାରେ ସେ ଘରକୁ ଫେରି ବିଷ ପାନ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଏବେ ଫେରାର ଅଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

Related posts