ଜଗତସିଂହପୁର ବସଷ୍ଟାଣ୍ଡରୁ ୫କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ସହିତ ଜଣେ ଯୁବକ ଗିରଫ

Published: Apr 4, 2021, 10:27 am IST

ରମେଶ ମହାନ୍ତି
ଜଗତସିଂହପୁର: ବିଭିନ୍ନ ଜିଲ୍ଲାରୁ ବସ୍ ରେ ଚୋରା ଗଞ୍ଜେଇ ଆସି ଜଗତସିଂହପୁର ବସଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ନେଇ ଦିର୍ଘ ଦିନରୁ ଚର୍ଚ୍ଚା ହେଉଥିଲା। ଏନେଇ ବସଷ୍ଟାଣ୍ଡ ଉପରେ ନଜର ରଖିଥିଲା ପୋଲିସ୍।

ବିଶେଷ ସୂତ୍ରରୁ ଖବର ପାଇ ପୂର୍ବରୁ ଛପି ରହିଥିବା ଜଗତସିଂହପୁର ପୋଲିସ୍ ପକ୍ଷରୁ ଶନିବାର ଦିନ(ଗତକାଲି) ଅଚାନକ ଚଢାଉ କରାଯାଇ ବାଲିକୁଦା ପଟୁ ବାଇକରେ ଆସୁଥିବା ଜଣେ ଯୁବକକୁ ଜଗତସିଂହପୁର ବସଷ୍ଟାଣ୍ଡ ନିକଟରୁ କାବୁ କରି ଗିରଫ କରାଯିବା ସହିତ ଯୁବକଙ୍କ ନିକଟରେ ଥିବା ଏକ ବ୍ୟାଗରୁ ୫କେଜି ୧୬୫ଗ୍ରାମ୍ ଚୋରା ଗଞ୍ଜେଇ ସହ ଏକ ହିରୋ ଗ୍ଲାମର୍ ବାଇକ (ଓଡି୨୧ବି୮୭୧୧)କୁ ଜବତ କରାଯାଇଥିବା ଜଣାପଡିଛି।

ଅଭିଯୁକ୍ତ ଯୁବକ ଜଣକ ବାଲିକୁଦା ଥାନା ଅନ୍ତର୍ଗତ କୋଳଦା ଗ୍ରାମର ସତ୍ୟବ୍ରତ ମଲ୍ଲିକ ଓରଫ୍ କାଲୁ (୨୧)ବୋଲି ସୂଚନା ମିଳିଛି। ଉକ୍ତ ଚୋରା ଗଞ୍ଜେଇ କେଉଁଠୁ ଆସୁଥିଲା ଓ କେଉଁଠିକି ଯାଉଥିଲା, ଏହି ଚୋରା କାରବାରରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏନେଇ ଜଗତସିଂହପୁର ପୋଲିସ୍ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Related posts