Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୋଲିସ ଅଧସ୍ତନ କର୍ମଚାରୀ ଉପରେ ଜୁଲୁମ ଅଭିଯୋଗ, ଦୁଇ ସସପେଣ୍ଡ
ଅପରାଧ

ପୋଲିସ ଅଧସ୍ତନ କର୍ମଚାରୀ ଉପରେ ଜୁଲୁମ ଅଭିଯୋଗ, ଦୁଇ ସସପେଣ୍ଡ

April 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରିଜର୍ଭ ପୋଲିସ ବ୍ୟାରେକରେ କାର୍ଯ୍ୟରତ ଜଣେ ଜବାନ ଉପରେ ସରଜେଂଟ ଅମାନୁଷିକ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। ରିଜର୍ଭ ପୋଲିସରେ କାର୍ଯ୍ୟରତ ଓଏସଏପି ଜବାନ ଜଗବନ୍ଧୁମାଝୀଙ୍କୁ ରିଜର୍ଭ ପୋଲିସ ସରଜେଂଟ ଖଗେଶ୍ୱର ବିଶ୍ୱାଳ ନିସ୍ତୁକ ମାଡ ମାରିବା ଯୋଗୁଁ ଲହୁଲୁହାଣ ଅବସ୍ଥାରେ ଜଗବନ୍ଧୁ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଗତ ୨୦ ତାରିଖ ରାତ୍ର ଦଶ ଟା ସମୟରେ ସରଜେଂଟ ଖଗେଶ୍ୱର ବିଶ୍ୱାଳ ଫୋନ ମାଧ୍ୟମରେ ଜବାନ ଜଗବନ୍ଧୁ ମାଝୀଙ୍କୁ କୌଣସି ଏକ କାମ କରିଦେବା ପାଇଁ ଡକାଇଥିଲେ। ଜଗବନ୍ଧୁ ଦିନସାରା କାମ କରି ଥକିପଡିଥିବା ଦର୍ଶାଇ ସକାଳେ ଉକ୍ତ କାମ କରିଦେବାକୁ ଜଣାଇଥିଲେ। ସେଥିରେ ସରଜେଂଟ ଉତ୍ୟକ୍ତ ହୋଇଯାଇ ଗାଳି ଗୁଲଜ କରିବା ସହିତ ଉଭ୍ୟଙ୍କ ମଧୟରେ ବଚସା ହୋଇଥିବା ପ୍ରକାଶ। ସେଥିରେ ଉତକ୍ଷିପ୍ତ ସରଜେଂଟ ବିଶ୍ୱାଳ ଓ ଅନ୍ୟ ଦୁଇଜଣ ସହଯୋଗୀ ମିଶି ଜଗବନ୍ଧୁ ଶୋଇଥିବା ଖଟ ରେ ବ୍ୟବହୃତ ମଶାରୀ ପାଇପ ସାହାଯ୍ୟରେ ଜଗବନ୍ଧୁକୁ ନିର୍ଧୁମ ମାଡ ମାରିଥିବା ଯୋଗୁଁ ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହିତ କାନରୁ ନାକରୁ ରକ୍ତସ୍ରାବ ହୋଇଥିବା ଅଭିଯୋଗ ହୋଇଛି। ଜବାନ ଜଗବନ୍ଧୁ ମାଝୀ କୋରାପୁଟ ବାସିନ୍ଦା ହୋଇଥିବା ବେଳେ ଓଏପିଏଫ ଜବାନ ଭାବେ ଚାକିରୀ ପାଇବା ପରେ ବିଜେପୁର ଠାରେ କାର୍ଯ୍ୟରତ ଅଛନ୍ତି। ମିସ୍ତ୍ରୀ କାମ ଜାଣିଥିବା ହେତୁ ତାଙ୍କୁ ଭବାନୀପାଟଣା ଅଣାଯାଇ ରିଜର୍ଭ ପୋଲିସ ବାରେକରେ ଅବସ୍ଥାପିତ କରାଯାଇଥିବା କୁହାଯାଉଛି।

ଆଘାତପ୍ରାପ୍ତ ଜଗବନ୍ଧୁ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି। ଏନେଇ ତଦନ୍ତ କରାଯାଇ ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ସସପେଣ୍ଡ କରାଯାଇଛି ଏବଂ ବିଭାଗୀୟ ପ୍ରୋସିଡିଂ କରାଯିବ ବୋଲି କଳାହାଣ୍ଡି ଏସପି ଡଃ ଶବଣ ବିବେକ ଗଣମାଧ୍ୟମକୁ କହିଛନ୍ତି।

କଳାହାଣ୍ଡି ଜିଲ୍ଲା ଜୁଲୁମ ଅଭିଯୋଗ ଦୁଇ ସସପେଣ୍ଡ ପୋଲିସ ରିଜର୍ଭ ପୋଲିସ ବ୍ୟାରେକ
Share. Facebook Twitter LinkedIn Email WhatsApp Copy Link

Related Posts

୩୦୦୦ କୋଟିର ଋଣ ଠକେଇ ମାମଲା: ଅନିଲ ଅମ୍ବାନୀ ଗ୍ରୁପ୍ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ, ୫୦ ଟି ସ୍ଥାନରେ ଚଢାଉ

July 24, 2025

ଖଲ୍ଲିକୋଟ ପୋଲିସ ପକ୍ଷରୁ କାର ସମେତ ବିପୁଳ ପରିମାଣର ମଦ ଜବତ: ଚାଳକ ଗିରଫ

July 24, 2025

ସମ୍ୱଲପୁର ନିକଟରେ ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ଜେନେରାଲ କୋଚ୍‌ର ଗୋଟିଏ ବଗି

July 24, 2025

ସଚିନ ତେନ୍ଦୁଲକରଙ୍କର ଏହି ବଲିଉଡ୍ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିଲା?: ଅନେକ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ

July 24, 2025
Latest News

୩୦୦୦ କୋଟିର ଋଣ ଠକେଇ ମାମଲା: ଅନିଲ ଅମ୍ବାନୀ ଗ୍ରୁପ୍ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ, ୫୦ ଟି ସ୍ଥାନରେ ଚଢାଉ

July 24, 2025

ଖଲ୍ଲିକୋଟ ପୋଲିସ ପକ୍ଷରୁ କାର ସମେତ ବିପୁଳ ପରିମାଣର ମଦ ଜବତ: ଚାଳକ ଗିରଫ

July 24, 2025

ସମ୍ୱଲପୁର ନିକଟରେ ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ଜେନେରାଲ କୋଚ୍‌ର ଗୋଟିଏ ବଗି

July 24, 2025

ସଚିନ ତେନ୍ଦୁଲକରଙ୍କର ଏହି ବଲିଉଡ୍ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିଲା?: ଅନେକ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ

July 24, 2025

ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.