ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ: ଅଧ୍ୟାପକ ଗିରଫ

Published: Apr 27, 2021, 5:15 pm IST

ବ୍ରହ୍ମପୁର: ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଧମକ ଦେବା ପରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଜଣେ ଅଧ୍ୟାପକଙ୍କ ଉପରେ ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ଜନୈକ ଛାତ୍ରୀ ୨୦୧୪ ମସିହାରେ ଅର୍ଥନୀତି ବିଭାଗର ଅଧ୍ୟାପକଙ୍କ ନିକଟକୁ ଟିୟୁସନ ହେବା ପାଇଁ ଯଉଥିଲେ। ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପଢୁଥିବା ବେଳେ ସୋରଡା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ ନିକଟକୁ ଯାଉଥିଲେ। ଅଭିଯୁକ୍ତ ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ। ସେ ଫଟୋ ଭାଇରାଲ କରିଦେବାକୁ କହି ବର୍ଷ ବର୍ଷ ଧରି ପୀଡ଼ିତାଙ୍କୁ ଦୁଷ୍କର୍ମ କରିଆସୁଥିଲେ। କିନ୍ତୁ ପୀଡ଼ିତା ରାଜି ନହେବାରୁ ଅଧ୍ୟାପକ ଜଣଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ଏହି ଘଟଣାକୁ ନେଇ ଆସିକା ଥାନାରେ ଅଭିଯୋଗ ପରେ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିଛି। ସୋରଡା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଏନେଇ ସୂଚନା ଦେଇଛନ୍ତି।

Related posts