Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»୩ଦିନ ନିଖୋଜ ପରେ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ଅପରାଧ

୩ଦିନ ନିଖୋଜ ପରେ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

May 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସାନଖଇରମାଲ ଖିତି ଗଉଡ଼ଙ୍କ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ଗତ ୪ ତାରିଖ ଦିନ ସନ୍ଧ୍ୟାରୁ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ନିଜ ଗାଁ ସାନଖଇରମାଲ ନିକଟସ୍ଥ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି।

ମୃତ ଯୁବକଙ୍କ ବାପା ଖିତି ଗଉଡ଼ଙ୍କ (୪୨) ସୂଚନା ଅନୁସାରେ ସାନ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ନାମକ (୧୭) ବର୍ଷୀୟ ଯୁବକ ଗତ ୪ ତାରିଖ ଘରେ ରାତ୍ରି ଭୋଜନସାରି ଘରୁ ପଦାକୁ ଚାଲି ଆସିଥିଲେ। ଘରକୁ ଫେରିବାରେ ଅତ୍ୟଧିକ ବିଳମ୍ବ ହେବା ଯୋଗୁଁ, ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା।

ନିଖୋଜ ହେବାର ୨୪ ଘଣ୍ଟା ପରେ, ପରିବାର ଲୋକେ ଗତକାଲି କର୍ଲାପଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଆଜି ପୂର୍ବାହ୍ନ ୯ ଟା ସମୟରେ ସାନଖଇରମାଲ ଗ୍ରାମର ଜନୈକ ଗ୍ରାମବାସୀ, ଗ୍ରାମ ନିକଟରେ ନିର୍ମାଣ କରାଯାଉଥିବା ପୋଖରୀ କାମ ତଦାରଖ ପାଇଁ ଯିବା ସମୟରେ ଦୁର୍ଗନ୍ଧ ଅନୁସରଣ କରି ପୋଖରୀ ନିକଟରେ ଥିବା ଖାତରେ ଅଜଣା ବ୍ୟକ୍ତିର ଶବ ଦେଖିବାକୁ ପାଇଥିଲେ।

ଏହି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ, ଗ୍ରାମବାସୀ ଏହା ନିଖୋଜ ସୁଦାମ ଗଉଡ଼ ବୋଲି ଜାଣିବାକୁ ପାଇଥିଲେ। ଗ୍ରାମବାସୀ ତୁରନ୍ତ କର୍ଲାପଡ଼ା ଫାଣ୍ଡିରେ ଏହା ସମ୍ପର୍କରେ ସୂଚନା ଦେବାପରେ, ଭବାନୀପାଟଣା ସଦରଥାନା ଅଧିକାରୀ ପ୍ରଦୀପ ଧରୁଆ କେଶ ନମ୍ବର ୧୫୧/୨୦୨୧ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସନ୍ଧାନୀ କୁକୁର ନଥିବା ଯୋଗୁଁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁରୋଧ କ୍ରମେ ରାୟଗଡା ଜିଲ୍ଲାରୁ ସନ୍ଧାନୀ କୁକୁର ଅଣାଯାଇ ତଦନ୍ତ ଜାରି ରଖିଛନ୍ତି।

ତେବେ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଗତକାଲି ରାତିରେ କିଛି ବ୍ୟକ୍ତି ସାନଖଇରମାଲ ଗାଁରେ ଲାଗିଥିବା ସମସ୍ତ ଷ୍ଟ୍ରିଟ ଲାଇଟ ଭାଙ୍ଗି ଦେବା ଓ ବିଜୁଳି ଟ୍ରାନ୍ସଫର୍ମରରେ ତାର ପକାଇ ଫ୍ୟୁଜ କରିଦେଇଥିଲେ। ଏଣୁ ଏହି ଘଟଣା ଆହୁରି ରହସ୍ୟମୟ ହେବା ସହିତ କେହି ଜାଣି ଶୁଣି ଏଭଳି କରି, ଶବଟିକୁ ଏଠାରେ ଆଣି ଫିଙ୍ଗି ଦେଇଥିବା ସନ୍ଦେହ କରୁଛନ୍ତି। ଶବ ଟିକୁ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଗଲା।

ମୃତଦେହ ଉଦ୍ଧାର ହତ୍ୟା ଅଭିଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.