Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜମିବାଡି କଳହରୁ ହତ୍ୟାକାଣ୍ଡ: ବଡ ଭାଇର ଟାଙ୍ଗିଆ ଚୋଟରେ ମଝିଆ ଭାଇର ମୃତ୍ୟୁ
ଅପରାଧ

ଜମିବାଡି କଳହରୁ ହତ୍ୟାକାଣ୍ଡ: ବଡ ଭାଇର ଟାଙ୍ଗିଆ ଚୋଟରେ ମଝିଆ ଭାଇର ମୃତ୍ୟୁ

May 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଗୋଟିଏ ଗର୍ଭରୁ ଜନ୍ମିତ ଭାଇ ଯେ ଦିନେ ନିଜର ସାନ ଭାଇକୁ ହତ୍ୟା କରିବ ଏ କଥା କେବେ ବିଶ୍ୱାସ ଯୋଗ୍ୟ ହେଉ ନ ଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଜାମୁଯୋରୀ ଗ୍ରାମରେ। ନିଜର ବଡଭାଇ ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଭଳି ଘଟଣା ଘଟି ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ଗାଁ ଛକ ପାଖରେ ସାନ ଭାଇ ଅଶୋକ ପ୍ରାଧାନ (୩୮) ଠିଆ ହୋଇଥିବା ସମୟରେ ହଠାତ୍ ଏକ ଟାଙ୍ଗିଆରେ ବଡ ଭାଇ ଅର୍ଜ୍ଜୁନ ପ୍ରଧାନ ଅତର୍କିତ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ଅଶୋକ ପ୍ରଧାନ ମୃତ୍ୟୁ ବରଣ କରିଥିଲେ। ଅଭିଯୁକ୍ତକୁ ଗାଁ ଲୋକେ କାବୁ କରି ନାକଟିଦେଉଳ ଥାନାକୁ ଖବର ଦେବା ପରେ ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ , ନାକଟିଦେଉଳ ଥାନାର ଥାନାଧିକାରୀ ଅନୁପସ୍ଥିତ ଥିବା ବେଳେ କିସିଣ୍ଡା ଥାନାଧିକାରୀ ଚିତ୍ତରଞ୍ଜନ ନାଏକ ପ୍ରମୁଖ ସଦଳ ବଳ ଜାମୁଯୋରୀ ଗ୍ରାମକୁ ଯାଇଥିଲେ। ଅର୍ଜ୍ଜୁନ ପ୍ରଧାନଙ୍କୁ ପୋଲିସ୍ ଗିରଫ କରି ନାକଟିଦେଉଳ ଥାନାକୁ ଆଣିଥିଲା।

ଆଜି ପୂର୍ବାହ୍ନରେ ସମ୍ବଲପୁରରୁ ସାଇନ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ କରି ଫେରିଯାଇଛନ୍ତି। ଏହା ଏକ ଜମିବାଡି ବିବାଦ ଘଟଣାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ୍ କହିଛି। ସେପଟେ ଅଭିଯୁକ୍ତ ପ୍ରଚୁର ମଦ୍ୟପାନ କରି ଏହି ହତ୍ୟାକାଣ୍ଡ କରିଥିବା ଜଣା ପଡିଛି। ନାକଟିଦେଉଳ ପୋଲିସ୍ ଏକ କେସ୍ ରୁଜୁ କରି ଏହାର ତଦନ୍ତ କରୁଥିବା ଜଣା ପଡିଛି। ପୋଲିସ୍ ମୃତ ଶବକୁ ରେଢାଖୋଲ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଟାଙ୍ଗିଆ ଚୋଟ
Share. Facebook Twitter LinkedIn Email WhatsApp Copy Link

Related Posts

ଫିଟନେସ ସାର୍ଟିଫିକେଟ୍ ନଥିଲେ ଗାଡ଼ିର ପଞ୍ଜୀକରଣ ବନ୍ଦ, ସମସ୍ତ RTOଙ୍କୁ କଡ଼ା ନିର୍ଦ୍ଦେଶ

July 4, 2026

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ହେବେ ମୁତୟନ

July 4, 2026

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ତଦନ୍ତ ଆରମ୍ଭ କଲା ମେଲବୋର୍ଣ୍ଣ ପୋଲିସ

July 4, 2026

ପଦାର୍ପଣ ମ୍ୟାଚ୍‌ରେ ବିଫଳ, ତଥାପି ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

July 4, 2026
Latest News

ଫିଟନେସ ସାର୍ଟିଫିକେଟ୍ ନଥିଲେ ଗାଡ଼ିର ପଞ୍ଜୀକରଣ ବନ୍ଦ, ସମସ୍ତ RTOଙ୍କୁ କଡ଼ା ନିର୍ଦ୍ଦେଶ

July 4, 2026

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ହେବେ ମୁତୟନ

July 4, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ପ୍ରତି ଆତଙ୍କୀ ସଂଗଠନକୁ ଲୋପ କରିବାକୁ ମୋଦୀ ସରକାର ପ୍ରତିବଦ୍ଧ: ଅମିତ ଶାହ

July 4, 2026

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ତଦନ୍ତ ଆରମ୍ଭ କଲା ମେଲବୋର୍ଣ୍ଣ ପୋଲିସ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.