
ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ଏବେ ଲକ୍ ଡାଉନ୍ ସଟ୍ ଡାଉନ୍ କଟକଣା ଜାରି ରହିଛି। ଏହାର ସୁଯୋଗ ନେଇ କିଛି ଜୁଆଡି ଜୁଆ ଖେଳରେ ମାତିଯାଇଛନ୍ତି। ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସେହି ଗ୍ରାମରେ କିଛି ଅମାନିଆ ଜୁଆ ଆଡ୍ଡା ଚଳାଇଥିଵା ଖବର ପାଇଥିଲା ପୋଲିସ୍। ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ଓ ତାଙ୍କ ଟିମ୍ ଏନେଇ ତଦନ୍ତ ଆରମ୍ଭ କରିଦେଇଥିଲେ।
ତଦନ୍ତ ସମୟରେ ଉକ୍ତ ଗ୍ରାମର ଏକ କୋଠା ଘରେ ଜୁଆ ଖେଳ ଚାଲିଥିବାର ଦେଖିବାକୁ ପାଇଥିଲେ। ସେଠାରେ ତୁରନ୍ତ ଚଢାଉ କରି ଜୁଆଡିମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ସମ୍ପୃକ୍ତ ଅଞ୍ଚଳରୁ ୫ ଜୁଆଡିଙ୍କୁ ଗିରଫ କରିବା ସହ ୧୬୮୦୦ ଟଙ୍କା ଏବଂ ୪ ଟି ମୋବାଇଲ୍ ପୋଲିସ ଜବତ କରିଥିଲା। ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୧୮୪/୨୧ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଟାଙ୍ଗୀ ଥାନା ପୋଲିସ୍ କୋର୍ଟ ଚାଲାଣ କରିଥିବା ଜଣାପଡିଛି।