ବିମାନ ଅପହରଣ କରି ପାକିସ୍ଥାନ ନେଇଯିବାକୁ ଧମକ: ଜଣେ ଯୁବକକୁ ଅଟକ ରଖିଲା ପୋଲିସ

Published: Jun 9, 2021, 1:13 pm IST

ନୂଆଦିଲ୍ଲୀ: ବିମାନ ବନ୍ଦରରୁ ବିମାନ ଅପହରଣ କରି ପାକିସ୍ଥାନ ନେଇଯିବା ନେଇ ଧମକ ହୋଇଛି। ମଧ୍ୟପ୍ରଦେଶର ଭୋପାଳ ଏବଂ ଇନ୍ଦୋର ବିମାନ ବନ୍ଦରରୁ ବିମାନ ଅପହରଣ କରି ପାକିସ୍ତାନ ନେଇଯିବା ନେଇ ଧମକ ହୋଇଛି। ଧମକ ଦେଇଥିବା ଯୁବକଜଣଙ୍କୁ ପୋଲିସ ଅଟକ ରଖିଛି।

ସୁଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୫ ଟା ସମୟରେ ଭୋପାଳ ବିମାନ ବନ୍ଦରକୁ ଜଣେ ୩୪ ବର୍ଷୀୟ ଯୁବକ ଫୋନ କରି ବିମାନ ଅପହରଣ କରି ପାକିସ୍ଥାନ ନେଇଯିବା ନେଇ ଧମକ ଦେଇଥିଲା। ଏଭଳି ଧମକ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା।

ତେବେ ତଦନ୍ତ ପରେ ଅଭିଯୁକ୍ତ ଯୁବକଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ ଅଟକ ରଖିଛି। ବର୍ତ୍ତମାନ ଯୁବକଜଣଙ୍କୁ ପଚରାଉଚରା କରାଯାଉଛି। ଏନେଇ ବିମାନବନ୍ଦରର ସୁରକ୍ଷାକୁ ବଢାଇ ଦିଆଯାଇଛି। ମୁମ୍ବାଇ ଯାଉଥିବା ସମସ୍ତ ବିମାନକୁ କଡାକଡି ଯାଞ୍ଚ କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Related posts