
ସୀତାରାମ ଅଗ୍ରୱାଲ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କ ରଜ ମଉଜ ଚଳିତ ବର୍ଷ କୋଭିଡ଼ ଲାଗି ଫିକା ପଡିଯାଇଥିବାବେଳେ ଜୁଆଡ଼ିଙ୍କ ପାଇଁ କିନ୍ତୁ ଏହା ସୁବର୍ଣ୍ଣ ସୁଯୋଗ ପାଲଟିଛି। ଦିନରାତି ଜୁଆଡ଼ି ମାନେ ଜୁଆ ଖେଳରେ ମାତୁଥିବାର ଦେଖା ଦେଉଥିବାବେଳେ ପରିଶେଷରେ ପୋଲିସ ହାତରେ ଧରାପଡ଼ି କେସ ଖାଇବାକୁ ମଧ୍ୟ ପଛାଉନାହାନ୍ତି।
ବିଗତ ଦୁଇ ଦିନ ହେବ ଜୁଆଡ଼ି ମାନଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରୁଥିବାବେଳେ ଗତକାଲି ଦ୍ଵିତୀୟ ରଜ ଦିବସରେ ବାଲୁଗାଁ ପୋଲିସ ମଠପୁର, ଧୂଆଁଳ ଏବଂ ବଡ଼କୁଳ ଅଞ୍ଚଳରେ ଚଢ଼ାଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୮ ହଜାର ୬ ଶହ ୨0 ଟଙ୍କା ସହ ଖୋଲା ତାସ, ଟାରପୁଲୀନ, ମହମବତୀ ଆଦି ଜିନିଷ ଜବତ କରିଛି ପୋଲିସ।
ଉକ୍ତ ଚଢ଼ାଉ ଅଭିଯାନରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ଏସଆଇ ଲିଲି ପାଢ଼ୀ, ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ,ଏଏସଆଇ ଦିଲୀପ ବିଶ୍ୱାଳ ଏବଂ ସୁଦର୍ଶନ ସେଠି ସାମିଲ ଥିଲେ। ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୩ ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୧୦୪,୧୦୫ ଏବଂ ୧୦୬ ରେ ମାମଲା ୠଜୁକରାଯାଇଛି ବୋଲି ବାଲୁଗାଁ ଆଈଆଈସି ଶ୍ରୀ ମାହାଲିକ ସୂଚନା ଦେଇଛନ୍ତି।