Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚହଟାପଦା ଆଶ୍ରମରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ: ବାବା ସହ ୩ ଜଣ ଗିରଫ
ଅପରାଧ

ଚହଟାପଦା ଆଶ୍ରମରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ: ବାବା ସହ ୩ ଜଣ ଗିରଫ

June 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ଅଂଚଳ ହେଉଛି ଗଞ୍ଜେଇ ଚୋରା ବେପାରିଙ୍କ ପେଣ୍ଠସ୍ଥଳ ଭାବରେ ଅତୀତରେ ପରିଗଣିତ ଥିଲା। ବାରମ୍ବାର ଚଢଉ ଓ ଗଞ୍ଜେଇ ଚାଷ କରୁଥିବା ଚାଷୀ ବିରୁଦ୍ଧରେ ପୋଲିସ୍ ର ମାତ୍ରାଧିକ ଚଢଉ ଯୋଗୁଁ ଗଞ୍ଜେଇ ବେପାରୀମାନେ ନୀରବି ଯାଇଥିଲେ। ସେମିତି ମଝିରେ ମଝିରେ ଚୋରାରେ ଗଞ୍ଜେଇ ଆଣୁଥିଲେ ମଧ୍ୟ ପୋଲିସ୍ ସେମାନଙ୍କୁ ଧରିବାରେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଦୀର୍ଘ ଦିନର ନୀରବତା ପରେ ପୁଣି ଗଞ୍ଜେଇ ବେପାରୀ ମାନେ ମାତି ଉଠିଛନ୍ତି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ , ଗତକାଲି ସକାଳେ ନାକଟିଦେଉଳ ଥାନା ଶିମିଳିପାଳ ପଂଚାୟତ ଚହଟାପଦା ଆଶ୍ରମରୁ ୧କ୍ୱିଂଟାଲ ଗଞ୍ଜେଇ ନାକଟିଦେଉଳ ପୋଲିସ୍ ଜବତ କରିବା ସହ ବାବା ସମେତ ୩ ଜଣକୁ ଧରିବାରେ ସଫଳ ହୋଇଛି। ୨ ଦିନ ତଳେ ଅନୁଗୋଳ ଜିଲ୍ଲା ଆଉଁଳି ଗ୍ରାମର ଦୁଃଶାସନ ସାହୁ, ରାଇପାଳ ଗ୍ରାମର ସୁମନ ସାହୁ ଆଉଁଳି ଗ୍ରାମର ଶିବରାମ ପ୍ରଧାନଙ୍କ ଟେମ୍ପୁରେ ଫୁଲବାଣୀ ଅଂଚଳରୁ ୧୦୦କେଜି ଗଞେଇ ଆଣି ନାକଟିଦେଉଳ ବ୍ଲକ୍ ଶିମିଳିପାଳ ନିକଟସ୍ଥ ଚହଟାପଦା ମଠ ରେ ଦହି ବାବା (ତ୍ରିଲୋଚନ ଦାଶ) ଙ୍କୁ ହାତ କରି ସେଠାରେ ରଖିଥିଲେ। ଗଞ୍ଜେଇ ସବୁକୁ ଚଢା ଦରରେ ସେମାନେ ବାହାର ରାଜ୍ୟକୁ ଚାଲାଣ କରିବାର ଯୋଜନା କରିଥିବା ବେଳେ ନାକଟିଦେଉଳ ପୋଲିସ୍ କୈାଣସି ସୂତ୍ରରୁ ଖବର ପାଇ ରେଢାଖୋଲ ଏସ୍‌ଡିପିଓ ଜ୍ୟୋସ୍ନାରାଣୀ ପ୍ରଧାନ ଓ ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ଙ୍କ ସମେତ ପୋଲିସ୍ ସଦଳବଳ ଗତକାଲି ସକାଳୁ ସକାଳୁ ଆଶ୍ରମରେ ଚଢଉ କରିଥିଲେ।

ଆଶ୍ରମରୁ ୧୦୦ କେଜି ଗଞେଇ ଜବତ କରିବା ସହ ଜଣଙ୍କୁ ଟେକି ନେଇଥିଲା ପୋଲିସ୍। ୨ ଜଣ ଏହି କାରବାରରେ ସଂପୃକ୍ତି ନ ଥିବାରୁ ସେମାନଙ୍କୁ ପୋଲିସ୍ ଛାଡି ଦେଇଥିଲା। ଆଜି ଏହି କାରବାରରେ ସଂପୃକ୍ତି ଥିବା ଚହଟାପଦା ଆଶ୍ରମର ଦହି ବାବା ସମେତ ୩ ଜଣଙ୍କ ନାମରେ ଏକ ମାମଲା ରୁଜୁ କରିବା ସହ କୋର୍ଟଚାଲାଣ କରାଯାଇଛି ବୋଲି ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

ଗଞ୍ଜେଇ ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.