Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁରରେ ବେଆଇନ କ୍ଲିନିକକୁ ସିଲ୍ କଲେ ଖୋର୍ଦ୍ଧା ଡ୍ରଗସ ଇନ୍ସପେକ୍ଟର: ଫୌଜଦାରୀ ମାମଲା ରୁଜୁ
ଅପରାଧ

ବାଣପୁରରେ ବେଆଇନ କ୍ଲିନିକକୁ ସିଲ୍ କଲେ ଖୋର୍ଦ୍ଧା ଡ୍ରଗସ ଇନ୍ସପେକ୍ଟର: ଫୌଜଦାରୀ ମାମଲା ରୁଜୁ

June 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଏକ ବେଆଇନ କ୍ଲିନିକରେ ଚଢାଉ କରି ଲକ୍ଷାଧୀକ ଟଙ୍କାର ଔଷଧ ଜବତ କରିବା ସହ ସମ୍ପୃକ୍ତ କ୍ଲିନିକକୁ ଖୋର୍ଦ୍ଧା ଡ୍ରଗ୍ସ ଇନସପେକ୍ଟର ସିଲ୍ କରିଛନ୍ତି।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ଗ୍ରାମରେ ପ୍ରବୀର କୁମାର ରୟ ନାମକ ଜଣେ ଯୁବକ ଦୀର୍ଘ ବର୍ଷ ହେଲା ଏକ କ୍ଲିନିକ୍ କରି ରୋଗୀ ମାନଙ୍କୁ ଚିକିତ୍ସା କରିଆସୁଥିଲେ। କିନ୍ତୁ ଉକ୍ତ କ୍ଲିନିକ୍ ଵିନା ଲାଇସେନସରେ ଚାଲିଥିଲା। କରୋନା ସମୟରେ ଲୋକଙ୍କୁ ନିମ୍ନମାନର ଔଷଧ ଦେଇ ଚିକିତ୍ସା କରୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ଆଜି କ୍ଲିନିକ ଉପରେ ଚଢାଉ କରାଯାଇଥିଲା।

ଡ୍ରଗସ ବିଭାଗ ଇନସପେକ୍ଟର ଉକ୍ତ କ୍ଲିନିକରୁ କେତେକ କାଗଜପତ୍ର ସହ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଛନ୍ତି ଏବଂ କେତେଗୋଟି ଔଷଧର ନମୁନା ପରୀକ୍ଷା ପାଇଁ ଲାବରେଟୋରୀକୁ ମଧ୍ୟ ପଠାଇଛନ୍ତି।

ଅନୁରୂପ ଭାବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବାଣପୁର କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି ବୋଲି ଖୋର୍ଦ୍ଧା ଡ୍ରଗସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉକ୍ତ ଚଢାଉରେ ଖୋର୍ଦ୍ଧା ଡ୍ରଗସ ଇନସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀଙ୍କ ସମେତ ଭୁବନେଶ୍ୱର-୨ ଡ୍ରଗସ ଇନସପେକ୍ଟର ଚନ୍ଦନ କୁମାର ଗିରି ଏବଂ ଭୁବନେଶ୍ୱର-୩ ଡ୍ରଗସ ଇନ୍ସପେକ୍ଟର ଡା. ସୁଦର୍ଶନ ବିଶ୍ୱାଳ ସାମିଲ ଥିଲେ।

ଖୋର୍ଦ୍ଧା ଡ୍ରଗ୍ସ ଇନସପେକ୍ଟର ଫୌଜଦାରୀ ମାମଲା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ପରେ ଇରାନରେ ବିଫଳ ହେଲା ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀ: କ୍ଷତିଗ୍ରସ୍ତ ହେଲା ଅନେକ ସହର

March 1, 2026

ଇରାନରୁ କଣ କିଣୁଛି ଭାରତ?: ଯୁଦ୍ଧ ହେଲେ କେଉଁ ଜିନିଷର ମୂଲ୍ୟ ବୃଦ୍ଧି ପାଇବ?

March 1, 2026

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା CBSE: ଆସନ୍ତାକାଲି ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ

March 1, 2026

୯୦ ଲକ୍ଷ ଭାରତୀୟଙ୍କୁ ସୁରକ୍ଷା ଦେବାର ଚ୍ୟାଲେଞ୍ଜ: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ JNU ପ୍ରଫେସରଙ୍କ ବିବୃତ୍ତି

March 1, 2026
Latest News

ପାକିସ୍ତାନ ପରେ ଇରାନରେ ବିଫଳ ହେଲା ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀ: କ୍ଷତିଗ୍ରସ୍ତ ହେଲା ଅନେକ ସହର

March 1, 2026

ଇରାନରୁ କଣ କିଣୁଛି ଭାରତ?: ଯୁଦ୍ଧ ହେଲେ କେଉଁ ଜିନିଷର ମୂଲ୍ୟ ବୃଦ୍ଧି ପାଇବ?

March 1, 2026

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା CBSE: ଆସନ୍ତାକାଲି ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ

March 1, 2026

୯୦ ଲକ୍ଷ ଭାରତୀୟଙ୍କୁ ସୁରକ୍ଷା ଦେବାର ଚ୍ୟାଲେଞ୍ଜ: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ JNU ପ୍ରଫେସରଙ୍କ ବିବୃତ୍ତି

March 1, 2026

ତୈଳ ସଙ୍କଟ ବଢାଇବା କି ଇସ୍ରାଏଲ-ଇରାନ ଯୁଦ୍ଧ, ଜାଣନ୍ତୁ କ’ଣ ରହିଛି ଭାରତର ଯୋଜନା?

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.