Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର: ଅନ୍ୟ ଧର୍ମରେ ପ୍ରେମ ବିବାହ କରି ଦୋଛକିରେ ଯୁବତୀ, ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହେଲେ ସ୍ଵାମୀ
ଅପରାଧ

ବାଣପୁର: ଅନ୍ୟ ଧର୍ମରେ ପ୍ରେମ ବିବାହ କରି ଦୋଛକିରେ ଯୁବତୀ, ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହେଲେ ସ୍ଵାମୀ

June 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରେମ ହେଉଛି ଅନ୍ଧ। ଦେଖିନଥାଏ ଜାତି, ଧର୍ମ, ବର୍ଣ୍ଣ ଆଉ ବୟସ। ପ୍ରେମ ପାଇଁ ବାପା ମା’ ଜ୍ଞାତିକୁଟୁମ୍ବ ଲାଗନ୍ତି ପର। ଥରେ ପ୍ରେମର ଜାଲରେ ପଡିଗଲେ କିଛି ଦେଖାଯାଇନଥାଏ। ପ୍ରେମ କେତେବେଳେ ଆସି ଥାଏ ଜାଣିହୁଏନା। ବେଳେ ବେଳେ ଅଜଣା ଅଚିହ୍ନା ଲୋକଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କ ଗଢିଉଥାଏ। ଡିଜିଟାଲ ଦୁନିଆରେ କେହି କେହି ଫେସବୁକ, ୱାଟ୍ସଆପ ଭଳି ସାମାଜିକ ଗଣମାଧ୍ୟମରେ ପ୍ରେମ କରିବସୁଥିବା ବେଳେ କେହି କେହି ମୋବାଇଲ ଫୋନର ରଙ୍ଗ୍ ନମ୍ବର ମାଧ୍ୟମରେ ପ୍ରେମ କରୁଥିବା ଦେଖାଯାଇଛି।

ତେବେ ଏଭଳି ଏକ ଅଜଣା ଯୁବକକୁ ରଙ୍ଗ୍ ନମ୍ବର ଜରିଆରେ ପ୍ରେମ କରି ବିବାହ କରିବା ଏବଂ ପରେ ସ୍ଵାମୀ ଠାରୁ ପ୍ରତାରଣା, ନିର୍ଯ୍ୟାତନା ପାଇ ପୋଲିସର ଦ୍ଵାରସ୍ଥ ହେବା ଘଟଣା ବାଣପୁରରେ ସାମ୍ନାକୁ ଆସିଛି।

ସୂଚନା ମୁତାବକ ବାଣପୁରର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୪ ବର୍ଷୀୟ ଯୁବକ ଭେଟେଶ୍ଵର ପଞ୍ଚାୟତ ନିକଟ ଏକ ଗ୍ରାମର ଜଣେ ୨୨ ବର୍ଷୀୟ ହିନ୍ଦୁ ଯୁବତୀଙ୍କ ସହ ଅଜଣା ନମ୍ବର ଜରିଆରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହେବା ପୂର୍ବରୁ ଯୁବକଜଣଙ୍କ ନିଜର ପରିଚୟ ଲୁଚାଇ ଛଳନା କରି ହିନ୍ଦୁ ଯୁବତୀଙ୍କ ସହ ପ୍ରେମ କରିଥିଲେ। ପରେ ପରିବାରର ବିରୋଧରେ ଉଭୟ ଅନ୍ୟତ୍ର ବିବାହ କରିଥିଲେ। ଉଭୟ ୨୦୧୭ ମସିହାରେ ପରସ୍ପରକୁ ବିବାହ କରିଥିଲେ। ହେଲେ ବିବାହ ପରେ ଯେତେବେଳ  ତାଙ୍କ ସ୍ଵାମୀ ଅନ୍ୟ ଏକ ସମ୍ପ୍ରଦାୟର ବୋଲି ଯୁବତୀଜଣଙ୍କ ଜାଣିବାକୁ ପାଇଥିଲେ, ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେପଟେ ପରିବାରର ବିରୋଧ କାରଣରୁ ତାଙ୍କର ଘରକୁ ଫେରିଯିବାର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା।

ତଥାପି ଭାଗ୍ୟକୁ ଆଦରି ସେ ସ୍ଵାମୀଙ୍କ ସହ ଭବିଷ୍ୟତ ଗଢିବା ପାଇଁ ପ୍ରୟାସ କରିଥିଲେ ଏବଂ ଏକ ଝିଅ ଟିଏ ଜନ୍ମ ଦେଇଥିଲା। ତାପରେ ଧୀରେ ଧୀରେ ସ୍ୱାମୀ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କଲା। ମାରଧାର କଲା। ଯୌତୁକ ନିର୍ଯାତନା ଦେଲା। ପରିଶେଷରେ ବାଧ୍ୟ ହୋଇ ଯୁବତୀ ଗତ ଦୁଇ ଦିନ ତଳେ ବାଣପୁର ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ବାଣପୁର ଥାନାଧିକାରୀ ଗୁରୁତର ସହ ନେଇ ଏସଆଇ ପ୍ରସନ୍ନ ଜେନାଙ୍କୁ ତଦନ୍ତର ଭାରଦେଇଥିଲେ। ଶ୍ରୀ ଜେନା ତଦନ୍ତ କରିବା ସହ ଆଜି ସମ୍ପୃକ୍ତ ଯୁବକଙ୍କ ବିରୋଧରେ କେସ ନମ୍ବର ୨୩୧/୨୧ ରେ ମାମଲା ରୁଜୁକରି ଏକାଧିକ ଦଫା ଲଗାଇ ଆଜି କୋର୍ଟଚାଲାଣ କରିଛନ୍ତି।

ଅପରପକ୍ଷେ ପୀଡିତାଙ୍କ ତିନି ବର୍ଷର ଝିଅଟେ ଅଛି ଏବଂ ତାଙ୍କୁ କେହି ସହଯୋଗ ନକରିବାରୁ ପୋଲିସ ତାଙ୍କୁ ଖୋର୍ଦ୍ଧା ସ୍ଥିତ ଉଜ୍ଜାଲା ସର୍ଟ ଷ୍ଟେ ହୋମରେ ଥଇଥାନ କରିଛି।

ନିର୍ଯାତନା ପ୍ରେମ ବିବାହ ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.