Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରତିବାଦରେ ସ୍ମାରକପତ୍ର ପ୍ରଦାନ କଲା ଉତ୍କଳ ସାମ୍ବାଦିକ ସଂଘ
ଅପରାଧ

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରତିବାଦରେ ସ୍ମାରକପତ୍ର ପ୍ରଦାନ କଲା ଉତ୍କଳ ସାମ୍ବାଦିକ ସଂଘ

June 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ବର୍ତ୍ତମାନ ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢ଼ୁଥିବାର ଦେଖାଯାଉଛି। ଗତ ୨୫ ତାରିଖରେ ବେଆଇନ ମଦ କାରବାର ସଂକ୍ରାନ୍ତରେ ଖବର ସଂଗ୍ରହ କରୁଥିବା ନିଉଜ ୭ ର ସାମ୍ବାଦିକ ବୈଦ୍ୟନାଥ ମହାପାତ୍ର ଓ ଧରିତ୍ରୀ ସାମ୍ବାଦିକ ଲୋକନାଥ ମହାପାତ୍ରଙ୍କୁ ନୟାଗଡ଼ ଅବକାରୀ ବିଭାଗ ଏସଆଇ ଧନଞ୍ଜୟ ପାତ୍ରଙ୍କ ଆକ୍ରମଣ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଆନୂକୁଲ୍ୟରେ ସଭାପତି ପ୍ରଭାତ ମିଶ୍ରଙ୍କ ନେତୄତ୍ୱରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।

ସାମ୍ବାଦିକଙ୍କୁ ଆକ୍ରମଣର ୪ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନାହିଁ, ଯାହା ଅତ୍ୟନ୍ତ ନିନ୍ଦନୀୟ। ତେଣୁ ସାମ୍ବାଦିକଙ୍କ ଉପରେ ହୋଇଥିବା ଘଟଣାର ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଆଖି ଦୄଶିଆ ପଦକ୍ଷେପ ନିଆଯାଇ ସାମ୍ବାଦିକଙ୍କ ସୁରକ୍ଷା ଆଇନ ଲାଗୁକରି ସାମ୍ବାଦିକଙ୍କ ନାମରେ ରୁଜ୍ଜୁ ହୋଇଥିବା ମିଥ୍ୟା ଅଭିଯୋଗ ମାମଲାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବୀ ହୋଇଛି।

ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ଅନ୍ୟ ପ୍ରତିନିଧି ସର୍ବଶ୍ରୀ ଉମାଶଙ୍କର ପ୍ରସାଦ, ପ୍ରଦିପ ପାଣିଗ୍ରାହୀ, ଅବ୍ୟକ୍ତ ହରିହର ଖାଡେଙ୍ଗି, ରାକେଶ ସାହୁ, ପ୍ରଦୀପ ବେହେରା ପ୍ରମୂଖ ଉପସ୍ଥିତ ଥିଲେ। ଅନୁରୂପ ଭାବେ ଉକ୍ତ ଘଟଣାକୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ସରକାରଙ୍କ ନିକଟରେ ଦାବି କରିଛି।

ଉତ୍କଳ ସାମ୍ବାଦିକ ସଂଘ ସ୍ମାରକପତ୍ର ପ୍ରଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Latest News

ଆଜି ଜୁନ ୦୧ ତାରିଖ ସୋମବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ଯାନବାହନ ପ୍ରତି ରୁହନ୍ତୁ ସାବଧାନ

June 1, 2026

କୋହିଲି ଦେଲେ ‘ବିରାଟ’ ବିଜୟ: କ୍ରମାଗତ ଦ୍ଵିତୀୟ ଥର ଟାଇଟଲ ଜିତିଲା RCB

May 31, 2026

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.