Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସନ୍ଧାନୀ କୁକୁର ଆଣି ଚୋର ଧରିବାକୁ ଆସିଥିଲା ତିର୍ତ୍ତୋଲ ପୋଲିସ: ଗାଁ ଦାଣ୍ଡରେ ହେଲା ମରଣାନ୍ତକ ଆକ୍ରମଣ
ଅପରାଧ

ସନ୍ଧାନୀ କୁକୁର ଆଣି ଚୋର ଧରିବାକୁ ଆସିଥିଲା ତିର୍ତ୍ତୋଲ ପୋଲିସ: ଗାଁ ଦାଣ୍ଡରେ ହେଲା ମରଣାନ୍ତକ ଆକ୍ରମଣ

July 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଯୋଉ ସମାଜରେ ଅସାମାଜିକ ବ୍ୟକ୍ତି ପୋଲିସକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହିଁ ସେଠି ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମିତି ଏକ ଜଘନ୍ୟ ଘଟଣା ଆଜି ଦେଖିବାକୁ ମିଳିଛି ରାହାମା ଅଞ୍ଚଳରେ।

ସନ୍ଧାନୀ କୁକୁର ନେଇ ଚୋର ଧରିବାକୁ ଯାଇଥିବା ତିର୍ତ୍ତୋଲ ପୋଲିସକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରିଛି ବହୁ କେସ୍ ରେ ସଂପୃକ୍ତ ରହି ଚୋରା ମାଦକଦ୍ରବ୍ୟ ବେପାର କରୁଥିବା ଏକ ଅସାମାଜିକ ବ୍ୟକ୍ତି। ଉକ୍ତ ଅଭିଯୁକ୍ତ ବ୍ୟକ୍ତି ନାଁରେ ତିର୍ତ୍ତୋଲ ଥାନାରେ ପୂର୍ବରୁ ଅନେକ ଗୁଡିଏ ମାମଲା ଦୋକାନ ଘରପୋଡି, ପିକ ଆଇରନ ଚୋରି ସହ ଏମିତିକି ହତ୍ୟା ଉଦ୍ୟମ ମାମଲା ମଧ୍ୟ ରହିଥିବା ଜଣାପଡିଛି। ପୂର୍ବରୁ ଏତେ ଗୁଡ଼ିଏ ଗୁରୁତର ଅଭିଯୋଗ ଥିଲେ ମଧ୍ୟ ଏଭଳି ଜଣେ ଦୁର୍ଦାନ୍ତ ଅପରାଧି ଆଜି ପର୍ଯ୍ୟନ୍ତ ବାହାରେ ବୁଲୁଛି କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯାହା ଫଳରେ ଆଜି ପୋଲିସ୍ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇନାହିଁ ଏହି ଅଭିଯୁକ୍ତ। ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଏହି ଦୁର୍ଦାନ୍ତ ଅପରାଧିକୁ ଆଇନ୍ ଅନୁଯାୟୀ କଠୋର ଦଣ୍ଡ ଦିଆଯିବାକୁ ସାଧାରଣରେ ଦାବି ହେଉଛି।

ସୂଚନାନୁଯାୟୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ତେରମାଣପୁର (ବାଲିସାହି) ଗାଁ ଅଞ୍ଚଳରେ ଗତ ୧୫ଦିନ ମଧ୍ୟରେ ଲଗାତାର ଅନେକ ସ୍ଥାନରେ ଚୋରି ହୋଇଥିବା ଅଭିଯୋଗ ହେଉଥିବା ବେଳେ ଗତକାଲି ପୁଣି ତୋଟାସାହି ଗ୍ରାମଦେବତୀ ମନ୍ଦିରରୁ ଚୋରି ହେବାରୁ ଗ୍ରାମବାସୀଙ୍କ ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିଲା। ଆଜି ତିର୍ତ୍ତୋଲ ପୋଲିସ୍ ଚୋର ଧରିବା ପାଇଁ ସନ୍ଧାନୀ କୁକୁର ଆଣି ବାଲିସାହି ଗ୍ରାମରେ ତଦନ୍ତ କରୁଥିବା ବେଳେ ଦିନ ପାଖାପାଖି ୨ଟା ବେଳେ ସନ୍ଧାନୀ କୁକୁର ରତ୍ନାକର ବରାଳଙ୍କ ଘର ଆଡକୁ ଯିବାକ୍ଷଣି ତାଙ୍କର ପୁଅ ନନ୍ଦ କିଶୋର ବରାଳ (୩୫)ହଠାତ୍ ଘରୁ ବାହାରି ଆସି ପୋଲିସକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରି ସେଠାରୁ ଫେରାର୍ ହୋଇଯାଇଥିଲା। ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ସମୟରେ ତିର୍ତ୍ତୋଲ ଥାନାର ଏସ୍ ଆଇ ଧରିତ୍ରୀ ଜେନା ଓ କନଷ୍ଟେବଳ ସ୍ମୃତି ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଏଥିରେ ସ୍ମୃତି ରଞ୍ଜନ ମହାପାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନାନୁଯାୟୀ ଗତ ୧୫ଦିନ ମଧ୍ୟରେ ଉକ୍ତ ବାଲିସାହି ଗ୍ରାମର ଅଙ୍ଗନବାଡି କେନ୍ଦ୍ରରୁ ତାଲା ଭାଙ୍ଗି ଚୋରି ଓ ସାଇଲୋ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ହେବା ସହିତ ଲଗାତାର ଅନେକ ଚୋରି ହେଇଚାଲିଥିବା ଅଭିଯୋଗ ହୋଇଛି। ଗତକାଲି ଉକ୍ତ ଗ୍ରାମର ଗ୍ରାମଦେବତୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ପାଇବା ପରେ ଆଜି ତିର୍ତ୍ତୋଲ ପୋଲିସ୍ ସନ୍ଧାନୀ କୁକୁର ନେଇ ଚୋର ଧରିବା ପାଇଁ ଯାଇଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛି।

ଜଗତସିଂହପୁର ମରଣାନ୍ତକ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.