ହିରାଲଇରେ ବୃଦ୍ଧକୁ ଟାଙ୍ଗିଆରେ ଆକ୍ରମଣ, ଅଭିଯୁକ୍ତ ଫେରାର

Published: Jul 9, 2021, 9:10 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ କିସିଣ୍ଡା ଥାନା ହିରାଲୋଇ ଗ୍ରାମରେ ଜଣେ ବୃଦ୍ଧକୁ ଟାଙ୍ଗିଆରେ ହାଣି ଆହତ କରିଦେଇଥିବା ଖବର ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ହିରାଲଇ ଗ୍ରାମର ରଘୁ ଦେହୁରୀ (୬୦) ଗାଁ ଛକରେ ଥିବା ବେଳେ ଗ୍ରାମର କମ୍ଭୁ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ହଠାତ୍ ରଘୁର ମୁଣ୍ଡକୁ ହାଣି ଫେରାର ହୋଇଯାଇଥିଲା। ଆହତ ରଘୁକୁ ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇ ସେଠାରେ ଚିକିତ୍ସା କରାଯାଇଥିଲା। ପୂର୍ବ ଶତୃତାରୁ ଏହି ଆକ୍ରମଣ ହୋଇଥିବା ବେଳେ ଆକ୍ରମଣକାରୀ କମ୍ଭୁ ଫେରାର ଥିବା କିସିଣ୍ଡା ପୋଲିସ୍ ପ୍ରକାଶ କରିଛି।

ଆହତ ରଘୁ ଦେହୁରୀର ଅଭିଯୋଗ କ୍ରମେ କିସିଣ୍ଡା ଥାନା କେସ୍ ନଂ ୩୯/୨୦୨୧ଦଫା ୩୪୧ , ୩୦୭ ରେ ଏକ ମାମଲା ରୁଜୁ କରାଯାଇଥିବା ଜଣା ପଡିଛି।

Related posts