ନାବାଳିକାଙ୍କୁ ଫେସବୁକ ଦ୍ୱାରା ପ୍ରେମରେ ଫସାଇ ଅପହୃତ କରିନେଲେ ଯୁବକ, ଉଦ୍ଧାର କଲା ବାଣପୁର ପୋଲିସ

Published: Jul 17, 2021, 1:40 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ନାବାଳିକାଙ୍କୁ ଫେସବୁକ ଜରିଆରେ ଜନୈକ ଯୁବକ ପ୍ରେମରେ ଫସାଇଥିଲା। ତାପରେ ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାଜଣଙ୍କୁ ଯୁବକଜଣଙ୍କ ଅପହରଣ କରି ନେଇଯାଇଥିଲା। ଅଭିଯୋଗ ପରେ ସମ୍ପୃକ୍ତ ଯୁବକ ପୋଲିସ ହାତରେ ଧରା ପଡି ବନ୍ଧା ହୋଇଛନ୍ତି। ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳରେ ଘଟିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାଣପୁର ଅଞ୍ଚଳର ଜଣେ ନାବାଳିକାଙ୍କ ସହ ଫେସବୁକ ଜରିଆରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଜଗା ଜେନା (୨୨) ନାମକ ଯୁବକଙ୍କ ସହ ସମ୍ପର୍କ ଗଢିଉଠିଥିଲା। ପରବର୍ତ୍ତୀ ସମୟରେ ଜଗା ଜନୈକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ୮ ତାରିଖ ଦିନ ବାଲୁଗାଁ ଓଭରବ୍ରିଜ ନିକଟକୁ ଦେଖା ହେବା ଉଦ୍ଦେଶ୍ୟରେ ଡାକିଥିଲା।

ତେବେ ନାବାଳିକା ଜଣକ ଜଗାକୁ ଦେଖା ହେବା ପାଇଁ ବାଲୁଗାଁ ଓଭରବ୍ରିଜ ନିକଟରେ ପହଞ୍ଚିଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଜବରଦସ୍ତି ଅପହରଣ କରି ଜଳେଶ୍ୱର ନେଇଯାଇଥିଲେ। ଏ ବିଷୟ ଜାଣିଲାପରେ ନାବାଳିକାଙ୍କ ଘର ଲୋକ ୯ ତାରିଖ ଦିନ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଘଟଣାକୁ ଗୁରୁତର ସହ ନେଇ ବାଣପୁର ପୋଲିସ ତଦନ୍ତ ଜାରିରଖିଥିବା ବେଳେ ଗତ କାଲି ବାଲୁଗାଁ ଏସଡ଼ିପିଓ ଏବଂ ବାଣପୁର ଆଇଆଇସିଙ୍କ ତତ୍ୱାବଧାନରେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ସୁଦୂର ଜଳେଶ୍ୱର ଗସ୍ତ କରିଥିଲେ। ସେଠାରେ ଚତୁରତାର ସହ ଜାଗାଙ୍କୁ କାବୁ କରି ତାଙ୍କ ନିକଟରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଥିଲେ।

ତେବେ ଉଭୟଙ୍କୁ ବାଣପୁର ଥାନା ଅଣାଯିବା ପରେ ଗତକାଲି ରାତିରେ ଉଭୟଙ୍କ ଡାକ୍ତରୀମାଇନା କରାଯିବା ସହ ଆଜି ଅଭିଯୁକ୍ତ ଜଗାଙ୍କ ବିରୋଧରେ ବାଣପୁର ଥାନାରେ ପୋକସୋ ଆଇନ ଅନୁଯାୟୀ କେସ ନମ୍ବର ୨୩୯/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ମିଳିଛି।

Related posts