
ଭୁବନେଶ୍ବର: ଆଜି ଏସଟିଏଫକୁ ଏକ ବଡ ସଫଳତା ମିଳିଛି। ଆଜି ୧ କୋଟି ଟଙ୍କାର ବ୍ରାଉନସୁଗାର ଏସଟିଏଫ ଜବତ କରିଛି। ୧ କେଜି ୪୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପିପିଲି-ନିମାପଡା ଓଭର ବ୍ରିଜ ଉପରେ ବ୍ରାଉନସୁଗାର କାରାବର ପାଇଁ ବେପାରୀଙ୍କ ମଧ୍ୟରେ ବୁଝାବଣା ହେଉଥିଲା। ଏହି ବୁଝାବଣା ବେଳେ ଏସଟିଏଫ ଚଢାଉ କରି ଧଳା ଜହର ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଇମିତିଆଜ ଖାନଙ୍କୁ ଏସଟିଏଫ ଗିରଫ କରିବା ସହ ପୁରୀ କୋର୍ଟରେ ହାଜର କରିଛି। ତେବେ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ମୋଟ ୩୫ କେଜି ବ୍ରାଉନସୁଗାର ଏସଟିଏଫ ଜବତ କରିଥିବା ସୂଚନା ରହିଛି।