Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ହତ୍ୟା ଅଭିଯୁକ୍ତଙ୍କ ନିକଟରୁ ୨ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ କଲା ଏସଟିଏଫ

ଖୋର୍ଦ୍ଧା: ଏସଟିଏଫକୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧାରୁ ଦୁଇ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ।

ସୂଚନା ମୁତାବକ ଗତକାଲି ଖୋର୍ଦ୍ଧା-ଜଟଣୀ ବାଇପାସରେ ଏକ ବଡ଼ ଧରଣର ବ୍ରାଉନସୁଗାର ଡ଼ିଲ ହେବା ନେଇ ଏସଟିଏଫ ଜାଣିବାକୁ ପାଇଥିଲା। ଜିଲ୍ଲା ପୋଲିସର ସହଯୋଗରେ ଏସଟିଏଫ ଏକ ଟିମ ଗଠନ କରି ସେଠାରେ ପୁର୍ବରୁ ଛକି ରହିଥିଲା। କିଛି ସମୟ ପରେ ଅଭିଯୁକ୍ତ ଜଣକ ବ୍ରାଉନ ସୁଗାର ଡ଼ିଲ ପାଇଁ ଉକ୍ତ ସ୍ଥାନରେ ପହଞ୍ଚିଥିବା ବେଳେ ତାଙ୍କୁ ଏସଟିଏଫ ମାଡି ବସିଥିଲା।

ଅଭିଯୁକ୍ତ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ରାକେଶ ସାମନ୍ତରାୟ ଓରଫ ରାକା। ତଲାସି ସମୟରେ ଏସଟିଏଫ ରାକାଙ୍କ ନିକଟରୁ ୨ କେଜି ୨୦ ଗ୍ରାମ ଓଜନର ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୨ କୋଟି ୨ ଲକ୍ଷ), ଗୋଟେ ଛୁରୀ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରିଛି।

ତେବେ ଅଭିଯୁକ୍ତ ରାକା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିବା ଜଣାପଡିଛି। ସେ ଖଣ୍ଡଗିରି ଥାନାର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ବିଗତ ୪ ବର୍ଷ ହେଲା ଭୁବନେଶ୍ୱର ଜେଲରେ ଥିବା ବେଳେ ନିକଟରେ ସର୍ତ୍ତମୂଳକ ଜାମିନରେ ଜେଲରୁ ମୁକୁଳିଥିଲେ।

ଏ ସଂକ୍ରାନ୍ତରେ ଏସଟିଏଫ ଏନଡ଼ିପିଏସ ଅଧିନିୟମ ମୁତାବକ କେସ ନମ୍ବର ୨୬/୨୨ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀକୁ ବ୍ୟାପିଲା ଧଳା ଜହର ଆତଙ୍କ, ବ୍ରାଉନସୁଗାର ସହ ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ୮୦ ପ୍ରତିଶତ ଅଞ୍ଚଳ ବ୍ରାଉନ ସୁଗାର କବଳରେ ଥିବା ବେଳେ ଟାଙ୍ଗୀ, ବାଣପୁର ଓ ବାଲୁଗାଁ ଅଞ୍ଚଳ ଏଥିରୁ ବାଦ ପଡିଥିଲା। ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳ ଗୁଡ଼ିକରେ ମଧ୍ୟ ଧଳା ଜହର କାରବାର ହେବାର ଠାବ ହୋଇଛି। ଗତକାଲି ରାତିରେ ଟାଙ୍ଗୀ ଥାନା ସୁନ୍ଦରପୁର ଅଞ୍ଚଳରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସର୍ବେଶ୍ୱର ପ୍ରଧାନ (୩୯)। ତାଙ୍କ ନିକଟରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ।

ଉକ୍ତ ଚଢ଼ାଉର ନେତୃତ୍ୱ ନେଇଥିଲେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ। ଶ୍ରୀ ପ୍ରଧାନଙ୍କ କହିବା କଥା ସର୍ବେଶ୍ୱରଙ୍କ ଉପରେ ଦୀର୍ଘ ୧୫ ଦିନ ଧରି ଅବକାରୀ ବିଭାଗ ନଜର ରଖିଥିବା ବେଳେ ପରିଶେଷରେ ଗତକାଲି ଗିରଫ କରିଛି।

ଏ ସଂକ୍ରାନ୍ତରେ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ବିଭାଗ ପିଆର ନମ୍ବର ୪୦/୨୨-୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ଅଧିକାରିଣୀ ସୁନିତା ଦଳେଇ ଏବଂ ଅନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜବତ ହୋଇଥିବା ବିପୁଳ ପରିମାଣର ବ୍ରାଉନସୁଗାରକୁ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ।

ସାଧାରଣତଃ ଏନଡ଼ିପିଏସ ମାମଲାଗୁଡିକର ବିଚାର ପାଇଁ ବହୁ ସମୟ ଲାଗୁଥିବାରୁ ଜବତ ନିଶା ଜାତୀୟ ଦ୍ରବ୍ୟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଜବତ ନିଶା ଜାତୀୟ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ଏକାଧିକ କଟକଣା ଥାଏ ଯାହାଦ୍ୱାରା ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏହି ପରିପ୍ରେକ୍ଷୀରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଏସଟିଏଫ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହାକୁ ଗୁରୁତ୍ୱ ଦେଇ ଉଚ୍ଚ ନ୍ୟାୟାଳୟ ଜବତ ନିଶା ଦ୍ରବ୍ୟ ଗୁଡିକୁ ନଷ୍ଟ କରିବା ପାଇଁ ୩୧.୦୧.୨୨ ରେ ଏକ ରାୟ ପ୍ରଦାନ କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ଏସଓପି ମଧ୍ୟ ଜାରିକରିଥିଲେ।

ଏହି ପରିପ୍ରେକ୍ଷୀରେ ଏସଟିଏଫ ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରି ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସ ର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଗତକାଲି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ଛଅ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୭ କେଜି ୩୫୬ ଗ୍ରାମ ବ୍ରାଉନ ସୁଗାରକୁ ନଷ୍ଟ କରାଯାଇଥିଲା।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଗତ ୩ ବର୍ଷ ମଧ୍ୟରେ ଏସଟିଏଫ ଦ୍ୱାରା ଜବତ ହୋଇଥିବା ପାଖାପାଖି ୪ ହଜାର ୫୦୦ କୁଇଣ୍ଟାଲ ଗଞ୍ଜେଇ ଏବଂ ୧୦୪ କେଜି ବ୍ରାଉନ ସୁଗାର ଅଦ୍ୟାବଧି ବିଭିନ୍ନ ଥାନା ଓ କୋର୍ଟର ମାଲଖାନାରେ ଠୁଳ ହୋଇ ପଡ଼ିରହିଥିବାର ଏସଟିଏଫ କହିଛି। ତେବେ ଏସବୁକୁ ଆସନ୍ତା ୩ ରୁ ୬ ମାସ ମଧ୍ୟରେ ନଷ୍ଟ କରିବା ପାଇଁ ଏସଟିଏଫ ଲକ୍ଷ୍ୟ ରଖିଛି।

Categories
ଅପରାଧ ଆଜିର ଖବର ସିନେମା

ବ୍ରାଉନସୁଗାର ଜବତ କଲା ଟାଙ୍ଗୀ ଅବକାରୀ ବିଭାଗ: ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ଅବକାରୀ ବିଭାଗକୁ ଆଜି ସକାଳେ ଏକ ବଡ଼ ସଫଳତା ମିଳିଛି। ବ୍ରାଉନସୁଗାର ସହ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ସୂଚନା ମୁତାବକ ଜଙ୍କିଆ ଥାନା ଛଣଗିରି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଅବକାରୀ ବିଭାଗ ପୂର୍ବରୁ ଖବର ପାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଏକ ସୁପରିକଳ୍ପିତ ଯୋଜନା କରି ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଛଣଗିରି ଗ୍ରାମ ତାରିଣୀ ମନ୍ଦିରରେ ଚଢ଼ାଉ କରାଯାଇଥିଲା।  ମନ୍ଦିରରୁ ଅରୁଣ ବେହେରା (୪୬) ଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ନିକଟରୁ ୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା।

ଉକ୍ତ ଚଢ଼ାଉରେ  ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଏବଂ ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକ ସାମିଲ ଥିଲେ। ଏ ସଂକ୍ରାନ୍ତରେ ଟାଙ୍ଗୀ ଅବକାରୀ ପକ୍ଷରୁ ପିଆର ନମ୍ବର ୪୦/୨୧-୨୨ ରେ ମାମଲା ରୁଜୁ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏସଟିଏଫକୁ ମିଳିଲା ବଡ ସଫଳତା: ଜବତ କଲା ୧ କୋଟି ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ବର: ଆଜି ଏସଟିଏଫକୁ ଏକ ବଡ ସଫଳତା ମିଳିଛି। ଆଜି ୧ କୋଟି ଟଙ୍କାର ବ୍ରାଉନସୁଗାର ଏସଟିଏଫ ଜବତ କରିଛି। ୧ କେଜି ୪୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପିପିଲି-ନିମାପଡା ଓଭର ବ୍ରିଜ ଉପରେ ବ୍ରାଉନସୁଗାର କାରାବର ପାଇଁ ବେପାରୀଙ୍କ ମଧ୍ୟରେ ବୁଝାବଣା ହେଉଥିଲା। ଏହି ବୁଝାବଣା ବେଳେ ଏସଟିଏଫ ଚଢାଉ କରି ଧଳା ଜହର ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଇମିତିଆଜ ଖାନଙ୍କୁ ଏସଟିଏଫ ଗିରଫ କରିବା ସହ ପୁରୀ କୋର୍ଟରେ ହାଜର କରିଛି। ତେବେ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ମୋଟ ୩୫ କେଜି ବ୍ରାଉନସୁଗାର ଏସଟିଏଫ ଜବତ କରିଥିବା ସୂଚନା ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ସହ ଜଣେ ମହିଳାକୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା। ଚାରି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ମହିଳାଙ୍କୁ  ଗିରଫ କରିଛି ପୋଲିସ।

ସୂଚନା ମୁତାବକ ଆଜି ସକାଳୁ ଖୋର୍ଦ୍ଧା ଏସପି ବ୍ରାଉନସୁଗାର କାରବାରର କୌଣସିମତେ ସୂଚନା ପାଇ ସଙ୍ଗେସଙ୍ଗେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଟିମ ସାମନ୍ତରାୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ସକାଳ ୮ ଘଟିକା ସମୟରେ ଜଣେ ସଂନ୍ଦିଗ୍ଧ ମହିଳାଙ୍କୁ ବ୍ରାଉନ ସୁଗାର ବିକୁଥୁବା ସମୟରେ ଗିରଫ କରିଥିଲେ।  ମହିଳା ଜଣକ ହେଉଛନ୍ତି ସାମନ୍ତରାୟପୁରର ଟୁନି ଦଳେଇ (୩୫)। ତାଙ୍କ ନିକଟରୁ ପୋଲିସ ୩୦.୪୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ଯାହାର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ।

ଏହାସହ ଉକ୍ତ ମହିଳାଙ୍କ ନିକଟରୁ ୧ ଲକ୍ଷ ୮୦ ହଜାର ନଗଦ ଟଙ୍କା ଏବଂ ୫୫ ଟି ଛୋଟ ରଙ୍ଗୀନ କାଗଜ ମଧ୍ୟ ଜବତ କରିଛି ପୋଲିସ।

ତେବେ ଟାଉନ ଥାନା ପୋଲିସ ତାଙ୍କ ବିରୋଧରେ ଏନଡ଼ିପିଏସ ଆଇନ ଧାରା ୨୧(ଖ)/୨୯ ଅନୁଯାୟୀ କେସ ନମ୍ବର ୨୨୬/୨୧ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରିଛି ବୋଲି ଟାଉନ ଥାନା ଆଈଆଈସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।  ଉକ୍ତ ଚଢ଼ାଉରେ ଏସଆଇ ଅନୁଭା ଦାସ, ଦିଗବିଜୟ ବିଶ୍ୱାଳ, ରଶ୍ମି ରଞ୍ଜନ ଦାସ, ଏଏସଆଇ ବସନ୍ତ ପଟ୍ଟନାୟକ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଟାଉନ ଥାନାକୁ ଆଉ ଏକ ସଫଳତା: କାରରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନାକୁ ପୁଣି ଏକ ବଡ଼ ସଫଳତା ମିଳିଛି। ୫୫ ଗ୍ରାମ ବ୍ରାଉନ ସୁଗାର ସହ ଦୁଇ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ।

ସୂଚନା ମୁତାବକ ଗତକାଲି ରାତିରେ ଖୋର୍ଦ୍ଧାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଡ଼ ଧରଣର ବ୍ରାଉନ ସୁଗାର କାରବାର ହେବାକୁ ଯାଉଛି ବୋଲି ଏସପି ରାଜକିଶୋର ଦୋରା କୌଣସି ମତେ ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସଆଇ ଅନୁଭା ଦାସ, ବିଜୟ କେତନ ବେହରା, ଦିଗବିଜୟ ବିଶ୍ୱାଳ, ଅଶୋକ କୁମାର ରଥ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ପ୍ରସ୍ତୁତ କରାଯାଇଥିଲା।

ସମନ୍ତରାୟପୁର ସ୍ଵପ୍ନେଶ୍ଵରସାହି ସ୍ଥିତ ମହେନ୍ଦ୍ର ବେହେରାଙ୍କ ଘର ନିକଟରେ ଏକ ଏସୟୁଭି-୩୦୦ କାରରେ(ଓଡ଼ି- ୦୨ ବିସି ୩୦୦୯) ନିଶା ବେପାରୀ ମାନେ ବ୍ରାଉନ ସୁଗାର ବେପାର ଉଦ୍ଦେଶ୍ୟରେ ଆସିବେ ବୋଲି ଉପରିସ୍ଥ ଅଧିକାରୀଙ୍କ ଠାରୁ ସୂଚନା ପାଇ ଉକ୍ତ ଟିମ ପୂର୍ବରୁ ସମ୍ପୃକ୍ତ ସ୍ଥାନରେ ଜଗି ରହିଥିଲେ।

ସମ୍ପୃକ୍ତ ଗାଡିଟି ଆସିବା କ୍ଷଣି ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଶରତ ବେହେରା (୨୧) ଏବଂ ଭରତ ବେହେରା(୨୩)। ପୋଲିସ ସେମାନଙ୍କ ନିକଟରୁ ୫୫ ଗ୍ରାମ ବ୍ରାଉନ ସୁଗାର (୨.୫ ଲକ୍ଷ ଟଙ୍କା), ଗୋଟେ ଏସୟୁଭି-୩୦୦ କାର (୧୩ ଲକ୍ଷ ଟଙ୍କା), ତିନି ଗୋଟି ମୋବାଇଲ ଫୋନ (୨.୫ ଲକ୍ଷ ଟଙ୍କା) ଏବଂ ନକଦ ୨୦ ହଜାର ୩ ଶହ ଟଙ୍କା  ଜବତ କରିଛି।

ତେବେ ଏନେଇ ଖୋର୍ଦ୍ଧା ଟାଉନ ଥାନାରେ ଏନଡ଼ିପିଏସ ଆଇନ ଧାରା ୨୧(ଖ) ଅନୁଯାୟୀ କେସ ନମ୍ବର ୨୧୯/୨୧ରେ ଏକ ମାମଲା ରୁଜୁ ହୋଇଛି ବୋଲି ଟାଉନ ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଣେ ମହିଳାଙ୍କ ସମେତ ଚାରି ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ

ନୟାଗଡ଼/ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ପରେ ବ୍ରାଉନ ସୁଗାର ବେପାରୀଙ୍କ ଟାର୍ଗେଟରେ ଏବେ ନୟାଗଡ଼ ଜିଲ୍ଲା। ଖୋର୍ଦ୍ଧା ବାଟ ଦେଇ ନୟାଗଡ଼ରେ ବ୍ରାଉନ ସୁଗାର ବେପାର ପସରା ମେଲାଇବାକୁ ଉଦ୍ୟତ ହେଉଥିବା ବେଳେ ଆଜି ଜଣେ ମହିଳାଙ୍କ ସମେତ ଚାରି ଜଣ ବେପାରୀଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି।

ସୂଚନା ମୁତାବକ ସମ୍ପୃକ୍ତ ଚାରି ଜଣ ବେପାରୀ ବ୍ରାଉନ ସୁଗାର ସହ ଖୋର୍ଦ୍ଧାରୁ ଚାନ୍ଦପୁର ଏବଂ ଟାଙ୍ଗୀକୁ ବିକ୍ରି କରିବା ପାଇଁ ଆସୁଥିବାବେଳେ ଏହାର ସୂଚନା ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ ପାଇଥିଲେ।

ଏସପିଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏସଆଇ ସଞ୍ଜୟ ମଲ୍ଲିକ, ଅଞ୍ଜଳି ସା ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହାପରେ ପୋଲିସ ବିଭିନ୍ନ ଅଞ୍ଚଳ ଖାନତଲାସ ଜାରି ରଖିଥିବାବେଳେ ଶେଷରେ ରାଇପଡ଼ା ନିକଟରେ ଚାରି ଜଣ ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୭ ଗ୍ରାମ ବ୍ରାଉନ ସୁଗାର ପୋଲିସ ଜବତ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର କୃଷ୍ଣ ଧଳ ଏବଂ ତାଙ୍କ ପତ୍ନୀ ପ୍ରଭାତୀ ଧଳ, ଖୋର୍ଦ୍ଧା ବାସେଳୀ ସାହିର କହେଁଇ ଘଟୁଆଳ ଏବଂ ଖୋର୍ଦ୍ଧା ଘାସିସାହିରେ ଭଡା ଘରେ ରହୁଥିବା ବେଗୁନିଆ ଥାନା ଦେଉଳି ଗ୍ରାମର ସୁମନ୍ତ ନାୟକ।

ତେବେ ଏମାନଙ୍କର ଏକ ବଡ଼ ଗ୍ୟାଙ୍ଗ ଅଛି ଏବଂ ଏମାନେ ବାଲେଶ୍ୱର ଏବଂ ଜଳେଶ୍ୱରରୁ ବ୍ରାଉନ ସୁଗାର କିଣି ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ବେପାର ଚଳାଇଥିବାର ପୋଲିସ ଜାଣିବାକୁ ପାଇଛି। ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ ଏନଡ଼ିପିଏସ ଆଇନ ଧାରା ୨୧(ଖ) ଅନୁଯାୟୀ ଚାରି ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୭୮/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିଥିବାର ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା : ଖୋର୍ଦ୍ଧାରୁ  କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଂଚଳରେ ବ୍ରାଉନସୁଗାର କାରବାରର ଏକ ବଡ଼ ଡିଲ୍ ଚାଲିଥିବାବେଳେ ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ସୂଚନା ପାଇଥିଲା। ଗୁପ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ଚଢ଼ଉ କରିଥିବା ଜଣାପଡ଼ିଛି । ୧ କେଜିରୁ ଊର୍ଦ୍ଧ୍ୱ ଓଜନର ବ୍ରାଉନସୁଗାର  ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।