୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ସହ ଜଣେ ମହିଳାକୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ

Published: Jun 9, 2021, 3:27 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା। ଚାରି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ମହିଳାଙ୍କୁ  ଗିରଫ କରିଛି ପୋଲିସ।

ସୂଚନା ମୁତାବକ ଆଜି ସକାଳୁ ଖୋର୍ଦ୍ଧା ଏସପି ବ୍ରାଉନସୁଗାର କାରବାରର କୌଣସିମତେ ସୂଚନା ପାଇ ସଙ୍ଗେସଙ୍ଗେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଟିମ ସାମନ୍ତରାୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ସକାଳ ୮ ଘଟିକା ସମୟରେ ଜଣେ ସଂନ୍ଦିଗ୍ଧ ମହିଳାଙ୍କୁ ବ୍ରାଉନ ସୁଗାର ବିକୁଥୁବା ସମୟରେ ଗିରଫ କରିଥିଲେ।  ମହିଳା ଜଣକ ହେଉଛନ୍ତି ସାମନ୍ତରାୟପୁରର ଟୁନି ଦଳେଇ (୩୫)। ତାଙ୍କ ନିକଟରୁ ପୋଲିସ ୩୦.୪୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ଯାହାର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ।

ଏହାସହ ଉକ୍ତ ମହିଳାଙ୍କ ନିକଟରୁ ୧ ଲକ୍ଷ ୮୦ ହଜାର ନଗଦ ଟଙ୍କା ଏବଂ ୫୫ ଟି ଛୋଟ ରଙ୍ଗୀନ କାଗଜ ମଧ୍ୟ ଜବତ କରିଛି ପୋଲିସ।

ତେବେ ଟାଉନ ଥାନା ପୋଲିସ ତାଙ୍କ ବିରୋଧରେ ଏନଡ଼ିପିଏସ ଆଇନ ଧାରା ୨୧(ଖ)/୨୯ ଅନୁଯାୟୀ କେସ ନମ୍ବର ୨୨୬/୨୧ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରିଛି ବୋଲି ଟାଉନ ଥାନା ଆଈଆଈସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।  ଉକ୍ତ ଚଢ଼ାଉରେ ଏସଆଇ ଅନୁଭା ଦାସ, ଦିଗବିଜୟ ବିଶ୍ୱାଳ, ରଶ୍ମି ରଞ୍ଜନ ଦାସ, ଏଏସଆଇ ବସନ୍ତ ପଟ୍ଟନାୟକ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Related posts