ମହିଳା ଦେଖାଇଲେ ସାହସିକତା: ଟଙ୍କା ବ୍ୟାଗ ଛଡାଇ ନେଉଥିବାବେଳେ ଲୁଟେରାକୁ କଲେ କାବୁ

Published: Aug 4, 2021, 7:02 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟିବା ମହଙ୍ଗା ପଡିଛି। ଜଣେ ଦୁର୍ବୃତ୍ତ ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ସମ୍ପୃକ୍ତ ମହିଳାଜଣଙ୍କ ସାହାସିକତା ଦେଖାଇଛନ୍ତି। ୧୫ ହଜାର ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ମହିଳାଜଣଙ୍କ ଲୁଟେରାକୁ ମାଡି ବସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକରେ ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଟାଙ୍ଗୀ ଥାନା  ପାରି ଓରଡ ପଂଚାୟତ ଲକ୍ଷ୍ମୀଧର ପୁର ଗ୍ରାମର ପ୍ରମିଳା ଦେଇ ଚାନ୍ଦପୁର ଷ୍ଟେଟ୍ ବ୍ୟାଙ୍କରୁ ୧୫ ହଜାର ଟଙ୍କା ଉଠାଇ ଅଟୋ ରିକସାରେ ଘରକୁ ଫେରୁଥିଲେ। ଅଟୋରୁ ଓହ୍ଲାଇ ଚାଲି ଚାଲି ଘରକୁ ଫେରୁଥିବା ବେଳେ ପ୍ରମିଳାଙ୍କ ଠାରୁ ଜଣେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଛଡାଇ ନେଇଥିଲା। ହେଲେ ପ୍ରମିଳା ସାହସିକତା ଦେଖାଇ ଲୁଟେରାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଲୁଟେରାକୁ ପ୍ରମିଳା ମାଡି ବସିଥିଲେ। ଫଳରେ ଲୁଟେରାଜଣଙ୍କ ଭାରସାମ୍ୟ ହରାଇ ଧାନ ଜମିରେ ଗଳି ପଡିଥିଲା। ଏଥିରେ ପ୍ରମିଳା ମଧ୍ୟ ଆହତ ହୋଇଛନ୍ତି। ପରେ ଲୋକେ  ଏକାଠି ହୋଇ ଲୁଟେରା କାବୁ କଲେ କରିନେଇଥିଲେ। ଉତ୍ୟକ୍ତ ଲୋକେ ଲୁଟେରାଙ୍କୁ ବାନ୍ଧି ବୁହେ ଛେଚିଥିଲେ।

ଖବର ପାଇ ଟାଙ୍ଗୀ  ପୋଲିସ୍ ବାଇକ୍ ସହ ଲୁଟେରାକୁ ଅଟକ ରଖିଛି। ବର୍ତ୍ତମାନ ଅଭିଯୁକ୍ତଙ୍କୁ ପୋଲିସ ଟାଙ୍ଗୀ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Related posts