ଅନନ୍ତନାଗ: ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

Published: Aug 9, 2021, 7:51 pm IST

ଶ୍ରୀନଗର: ଆଜି ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଲାଲ ଚୌକରେ ଜଣେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ନାମ ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀ ଜବାହରା ବୋଲି ଜଣାପଡିଛି। ଉଭୟ ପଞ୍ଚାୟତ ସଦସ୍ୟ ଥିଲେ। ପୋଲିସ କହିଛି ଯେ ଲଶ୍କର-ଏ-ତୋଇବା ଏହି ହତ୍ୟାକାଣ୍ଡ ଘଟାଇଛି। ଏହି ହତ୍ୟାକୁ ନିନ୍ଦା କରି ଉପ ରାଜ୍ୟପାଳ କହିଛନ୍ତି ଯେ ଅପରାଧୀଙ୍କୁ ଶୀଘ୍ର କଡା ଜବାବ ଦିଆଯିବ।

ପୋଲିସର ସୂଚନାନୁସାରେ, ବନ୍ଧୁକଧାରୀମାନେ ଲାଲ ଚୌକ ଅନନ୍ତନାଗରେ ରେଡୱାନି କୁଲଗାମର ସରପଞ୍ଚ ଥିବା ବିଜେପି ନେତା ଗୁଲାମ ରସୁଲ ଦାରଙ୍କ ଭଡା ଘରେ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ ଏବଂ ଆଖିବୁଜା ଗୁଳି ଚଳାଇଥିଲେ। ଉଭୟ ଦାର ଏବଂ ତାଙ୍କ ପତ୍ନୀ ଜବାହୀରା ଗୁରୁତର ଆହତ ହୋଇ ଜିଏମସି ଅନନ୍ତନାଗକୁ ନିଆଯାଇଥିଲେ ମଧ୍ୟ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା।

ପୋଲିସ୍ ଇନ୍ସପେକ୍ଟର ବିଜୟ କୁମାର ଘଟଣାସ୍ଥଳକୁ ଯାଇ କହିଛନ୍ତି ଯେ, ବିଜେପି ସରପଞ୍ଚ ଏବଂ ତାଙ୍କ ପତ୍ନୀ (ପଞ୍ଚ) ନିକଟରେ ଏକ ସୁରକ୍ଷିତ ହୋଟେଲରେ ରହୁଥିଲେ ଏବଂ ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କ ଘରେ ରହିବାକୁ ଅନୁମତି ଦିଆଯାଇଥିଲା।

ବିଜେପି ନେତାଙ୍କ ନିର୍ଦ୍ଦୟ ହତ୍ୟାକୁ ନିନ୍ଦା କରି ବିଜେପି ମୁଖପାତ୍ର ଅଲତାଫ ଠାକୁର କହିଛନ୍ତି ଯେ ଦାର କେବଳ ପଞ୍ଚାୟତ ସହ ଜଡିତ ନୁହଁନ୍ତି, ବରଂ ଭାରତୀୟ ଜନତା ପାର୍ଟିର କିସାନ ମୋର୍ଚ୍ଚାର ଜିଲ୍ଲା ସଭାପତି ମଧ୍ୟ ଥିଲେ।

ପିଡିପି ସଭାପତି ମେହବୁବା ମୁଫତି, ପିପୁଲ୍ସ କନଫେରନ୍ସ ସଭାପତି ସାଜଜାଦ ଲୋନ ମଧ୍ୟ ଏହି ହତ୍ୟାକୁ ନିନ୍ଦା କରିବା ସହ ଏହି ହତ୍ୟାକାଣ୍ଡରୁ ସେ ଅତ୍ୟନ୍ତ ନିରାଶ ହୋଇଥିବା କହିଛନ୍ତି।

Related posts