ବାଣପୁରରେ ଅଘଟଣ: ବିଷ ପିଇ ଆତ୍ମହତ୍ୟା କଲେ ୨୦ ବର୍ଷୀୟ ଯୁବକ

Published: Aug 19, 2021, 11:37 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ସାନସିରେଇପୁର ଗ୍ରାମର ସୁଶାନ୍ତ ବେହେରା (୨୦) କୌଣସି କାରଣ ବଶତଃ ଗତକାଲି ରାତିରେ ବିଷ ପିଇଦେଇଥିଲେ। ପରିବାର ଲୋକ ସଙ୍ଗେସଙ୍ଗେ ରାତି ପ୍ରାୟ ୧୦.୩୦ ଘଟିକା ସମୟରେ ସୁଶାନ୍ତଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ।

ତେବେ ସୁଶାନ୍ତ ବିଷ ପିଇବାସହ ପ୍ରଚୁର ମଦ ମଧ୍ୟ ପିଇଥିଲେ। ଫଳରେ ଡାକ୍ତର ତାଙ୍କ ପେଟ ସଫା କରି ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରିଦେଇଥିଲେ। ବାଟରେ ଗଲା ବେଳକୁ ଟାଙ୍ଗୀ ନିକଟରେ ଅବସ୍ଥା ଅଣାୟତ୍ତ ହେବାରୁ ସୁଶାନ୍ତଙ୍କୁ ପରିବାର ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ଟାଙ୍ଗୀ ପୋଲିସକୁ ସୂଚନା ଦେଇଥିଲେ।

ଟାଙ୍ଗୀ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବାସହ ବାଣପୁର ପୋଲିସକୁ ଖବର ଦେଇଥିବାର ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Related posts