ଘର ପୋଡି ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

Published: Aug 19, 2021, 9:07 pm IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସବ୍‌ଡିଭିଜନ ଚାରମାଳ ଥାନା ବ୍ରାହ୍ମଣୀ ଗ୍ରାମରେ ଏକ ଘର ପୋଡିଘଟଣାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଚାରମାଳ ଥାନା ବ୍ରାହ୍ମଣୀ (ଖସୁଆ) ଗ୍ରାମରେ ଏକ ଘର ପୋଡି ଘଟଣା ଘଟିଥିଲା। ହେଲେ ଏହି ଘଟଣାରେ ଚାରମାଳ ପୋଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର୍ ଥିଲା। ଚାରମାଳ ଥାନା କେସ୍ ନଂ ୩୯/୨୦୨୧ ରେ ଏକ ମାମଲା ରୁଜୁ କରିଥିଲା ଚାରାମାଳ ପୋଲିସ୍। କୋଭିଡ୍ ପରୀକ୍ଷା ପାଇଁ ଚାରମାଳ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ଜଣେ ପରିସ୍ରା ଯିବା ବାହାନାରେ ପୋଲିସ୍ କୁ ଚକ୍‌ମା ଦେଇ ଫେରାର୍ ହେବାରେ ସକ୍ଷମ ହୋଇଥିଲା।

ଆଜି ସେଇ ଫେରାର୍ ଅଭିଯୁକ୍ତକୁ ଚାରମାଳ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ବ୍ରାହ୍ମଣୀ ଗ୍ରାମର ଗୌର ଶବର ବୋଲି ଚାରମାଳ ଥାନାଧିକାରୀ ବସନ୍ତ ଦଳାଇ ପ୍ରକାଶ କରିଛନ୍ତି।

Related posts