ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ତଦନ୍ତ ଅଭିଯାନ ଜାରି

Published: Aug 20, 2021, 11:13 am IST

ଜମ୍ମୁ: ଆଜି ଜମ୍ମୁ କାଶ୍ମୀରର ଅବନ୍ତିପୋରା ପାମ୍ପୋର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛି’। ବର୍ତ୍ତମାନ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଏନକାଉଣ୍ଟର ଜାରି ରହିଛି।

ଜମ୍ମୁ-କାଶ୍ମୀର ପୋଲିସର ସୂଚନା ଅନୁଯାୟୀ, ପାମ୍ପୋର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ଏହା ପରେ ଯେତେବେଳେ ଆମର ଯବାନମାନେ ତଦନ୍ତ ଅଭିଯାନ ଆରମ୍ଭ କରିଥିଲେ। ହେଲେ ହଠାତ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷା ବାହିନୀ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ମୃତ ଆତଙ୍କବାଦୀ କିଏ ଏବଂ କେଉଁ ଆତଙ୍କବାଦୀ ଗୋଷ୍ଠୀ ସହ ସେ ସମ୍ପୃକ୍ତ ଅଛନ୍ତି, ଏହାର ସୂଚନା ଏପର୍ଯ୍ୟନ୍ତ ଜଣାପଡିନାହିଁ।

Related posts