
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନରେ ଅସନ୍ତୋଷ ବ୍ୟକ୍ତ କରି ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମୂଲ୍ୟାୟନରେ ପକ୍ଷପାତିତା ଅଭିଯୋଗ କରି ଛାତ୍ରୀଜଣଙ୍କ ନିଜର ହାତ କାଟିଦେଇଥିବା ଖବର ହସ୍ତଗତ ହୋଇଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ଯାଳୟ ଆଗରେ ଛାତ୍ରୀଜଣଙ୍କ ହାତ କାଟି ଦେଇଥିବାର ଜଣାପଡିଛି। ପରୀକ୍ଷା ଫଳ ଉଚିତ ମୂଲ୍ୟାୟନ ଦାବି କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ଯାଳୟ ସମ୍ମୁଖରେ ଛାତ୍ରୀଜଣଙ୍କ ହାତ କାଟିଛନ୍ତି। ମାଟ୍ରିକ ପରୀକ୍ଷା ଫଳ ଆଧାରରେ ଯୁକ୍ତ ୨ ମୂଲ୍ୟାୟନ କରିବା ପାଇଁ ଦାବି କରି ଛାତ୍ରୀଜଣଙ୍କ ଏଭଳି ଘଟଣା ଘଟାଇଛନ୍ତି। ସେ ଯୁକ୍ତ ୨ ଏକ୍ସ ରେଗୁଲାର ଡ୍ରପଆଉଟର ଛାତ୍ରୀ ଥିଲେ। ବର୍ତ୍ତମାନ ଛାତ୍ରୀଜଣଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।