Categories
ଅପରାଧ ଆଜିର ଖବର ଖେଳ ଜାତୀୟ ଖବର

କୁସ୍ତି ଯୋଦ୍ଧା ରୋନକ ଗୁଲିଆଙ୍କ ଆତ୍ମହତ୍ୟା ଉଦ୍ୟମ, ଜେଲରଙ୍କ ବିରୋଧରେ ଆଣିଲେ ଏହି ଅଭିଯୋଗ

ନୂଆଦିଲ୍ଲୀ: ହରିୟାଣାର ହିସାରରେ ରହୁଥିବା ଆନ୍ତର୍ଜାତୀୟ ରେସଲର ରୋନକ ଗୁଲିଆ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସୂଚନା ଅନୁଯାୟୀ, ଦିଲ୍ଲୀର ତିହାର ଜେଲର ଜେଲର ଦୀପକ ଶର୍ମାଙ୍କ ଦ୍ୱାରା କୁସ୍ତି ଯୋଦ୍ଧା ରୋନକ ଗୁଲିଆ ଏବଂ ତାଙ୍କ ସ୍ୱାମୀ ଅଙ୍କିତ ଗୁଲିଆଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହା ଦ୍ୱାରା ଅସୁବିଧାରେ ପଡ଼ିଥିବା ରୋନକ ଗୁଲିଆ ହିସରର ସେକ୍ଟର ୧୬-୧୭ ରେ ତାଙ୍କ ଘରେ ଶିରା କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

‘ରୋନକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରିଛନ୍ତି’:

ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ରୋନକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ନିଜକୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ। ଯେତେବେଳେ କୁସ୍ତି ଯୋଦ୍ଧା ଗୁଲିଆଙ୍କ କୋଚ୍ ଇନଷ୍ଟାଗ୍ରାମ ଭିଡିଓ ଦେଖିଲେ, ସେତେବେଳେ ସେ ରୋନକଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହିସାର ପୋଲିସ ରୋନକ ଗୁଲିଆଙ୍କ ବିବୃତ୍ତି ରେକର୍ଡ କରି ତଦନ୍ତ ଆରମ୍ଭ କରିଛି।

ରେସଲର ରୋନକ କହିଛନ୍ତି ଯେ, ତାଙ୍କ ବିରୋଧରେ ଏକ ଖବର ଚାଲିଛି। ଜେଲର ମୋ ନାମରେ ଭାଇରାଲ କରୁଛନ୍ତି ଯେ, ସେ ୫୧ ଲକ୍ଷ ଟଙ୍କା ଠକିଛନ୍ତି। ଯେତେବେଳେ ମୁଁ ସେହି ଦିନ ଭାରତ ବାହାରେ ଥିଲି। ସେ ଏକ କମ୍ପାନୀର ନାମ ନେଉଛନ୍ତି ଯାହା ଦେଢ ବର୍ଷ ଧରି ବନ୍ଦ ହୋଇ ରହିଛି ଏବଂ ଏହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ନୁହେଁ। ଯଦି ମୋ ବିରୁଦ୍ଧରେ କୌଣସି ପ୍ରମାଣ ଅଛି, ତେବେ ତାଙ୍କୁ ଗିରଫ କର। ରୋନକ କହିଛନ୍ତି ଯେ, ମୋ ସ୍ୱାମୀ ଅଙ୍କିତ ଗୁଲିଆ ଏବଂ ଦୀପକ ଶର୍ମା ପରିଚିତ ଥିଲେ। ମୋ ସ୍ୱାମୀ ଏବଂ ଦୀପକ ଶର୍ମା ଏକାଠି ଅନ୍ଲାଇନ୍ ବେଟିଂ ଆପ୍ ଏବଂ ମଦ ଯୋଗାଣ ଉପରେ କାମ କରିବା ଆରମ୍ଭ କଲେ ଯେଉଁଥିପାଇଁ ସେମାନଙ୍କ ଦ୍ଵାରା ଅର୍ଥ କାରବାର ହୋଇଛି। ଏପ୍ରିଲ୍ ୨୦୨୩ ରେ ସେ ପାଇଥିବା ସୂଚନା, ସେବେଠାରୁ ମୋର ସ୍ୱାମୀଙ୍କ ସହ ମତଭେଦ ହେଉଛି ଏବଂ ମୁଁ ହିସାରରେ ପୃଥକ ଭାବରେ ରହୁଛି। ଏହା ବ୍ୟତୀତ, ଯେଉଁ ଦିନ ଦୀପକ ଜେଲର ଅଭିଯୋଗ କରିଛନ୍ତି ଯେ, ମୁଁ ସେତେବେଳେ ବେଲାଋଷରେ ଟ୍ରେନିଂ ନେଉଥିଲି।

ରୋନକ କହିଛନ୍ତି ଯେ, ଗତ ଦୁଇ ତିନି ମାସ ଧରି ଦୀପକ ମୋତେ ଫୋନ କରିବା ଆରମ୍ଭ କରିଥିଲେ ଏବଂ ସେ ରାତି ୧୨ ଟା ପର୍ଯ୍ୟନ୍ତ ମୋତେ ଫୋନ କରି ମୋତେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। କେବେ ପୋଲିସ ମାଧ୍ୟମରେ ଏବଂ କେତେବେଳେ ଗୁଣ୍ଡା ମାଧ୍ୟମରେ ସେ ତାଙ୍କ କ୍ୟାରିୟର ଶେଷ କରିବେ ବୋଲି ଜେଲର ଦୀପକ ଶର୍ମା ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଏହା ମୋର ଖେଳ ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଥିଲା। ସମ୍ପ୍ରତି, ବିଶ୍ୱ ରେସଲିଂ ପରୀକ୍ଷଣରେ ମୋର କୁସ୍ତି ବହୁତ ଭଲ ଥିଲା କିନ୍ତୁ ଏହି ସମସ୍ୟା ହେତୁ ମୁଁ ମାନସିକ ସ୍ତରରେ ଏକାଗ୍ରତା ହରାଇଥିଲି। ଏହି ଧମକ ଦ୍ୱାରା ମୁଁ ଏହି ପଦକ୍ଷେପ ନେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଷପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ନାରଣଦେଇପୁର ଗ୍ରାମ ଦେବରାଜ ବିଶୋଇଙ୍କ ଝିଅ ବର୍ଷାରାଣୀ ପ୍ରଧାନ ବାଲୁଗାଁ ଥାନା କିମ୍ଭିରୀପଡା ଗ୍ରାମର ଲକ୍ଷ୍ମୀଧର ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନଙ୍କୁ ଚଳିତ ବର୍ଷ ଜୁନ ମାସ ୧୯ ତାରିଖରେ ବିବାହ କରିଥିଲେ।

ତେବେ ଶାଶୁ ଘରେ କଳହ ଲାଗି ରହିବାରୁ ବର୍ଷା ଦୀର୍ଘମାସ ହେଲା ନିଜ ବାପଘର ନାରଣଦେଇପୁର ଗ୍ରାମରେ ରହୁଥିଲେ। ହେଲେ ଆଜି ସଂନ୍ଧ୍ୟାରେ କୌଣସି କାରଣବଶତଃ ବିଷ ପିଇଦେଇଥିଲେ। ପରିବାରବର୍ଗ ତାଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲ ଆଣିଥିବା ବେଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଡାକ୍ତର ଏ ନେଇ ବାଣପୁର ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିଷ ଖାଇ ୪ କୃଷକଙ୍କ ଆତ୍ମହତ୍ୟା ଉଦ୍ୟମ: ବିଜେପି ବିଧାୟକଙ୍କ ଉପରେ ଲଗାଇଲେ ଏଭଳି ଅଭିଯୋଗ

ହାଭେରୀ: ଉତ୍ତର କର୍ଣ୍ଣାଟକର ହାଭେରୀରେ କିଛି ଚାଷୀଙ୍କ ପରିବାର ସଦସ୍ୟ କୀଟନାଶକ ବ୍ୟବହାର କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ବିଜେପି ବିଧାୟକମାନେ ଜମିରେ ଭାଗ ନେବାକୁ ଦାବି କରି ସେମାନଙ୍କୁ ହଇରାଣ କରୁଛନ୍ତି। କିନ୍ତୁ ସେହି ଚାରି ଜଣଙ୍କ ଉପରେ ପୋଲିସ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା, ଯେଉଁମାନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଏଥି ସହ ହାଭେରୀ ପୋଲିସ ଅଧୀକ୍ଷକ ହନୁମାନ ରାୟ କହିଛନ୍ତି ଯେ, ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ବିବୃତ୍ତି ଆଧାରରେ ଏକ ମାମଲା ରୁଜୁ ହୋଇଛି। ତିନି କିମ୍ବା ଚାରି ଜଣ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆମେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛୁ। କେବଳ ଅନୁସନ୍ଧାନ ପରେ, ମାମଲାଟି ସ୍ପଷ୍ଟ ହେବ, ପ୍ରକୃତ କାରଣ କ’ଣ?

ବିଜେପି ବିଧାୟକ ନେହେରୁ ଓଲେକର କହିଛନ୍ତି ଯେ, ଆମକୁ କାହାର ଜମି ଦରକାର ନାହିଁ। ଲୋକଙ୍କ ଉନ୍ନତି ପାଇଁ ଆମେ ଜମି ଚାହୁଁ।

ଏଥିସହିତ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି ଯେ, କୃଷକମାନେ ବିନା କାରଣରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବେ କାହିଁକି? ଏଥିସହ ସେମାନେ ପୋଲିସର ବହୁ ଚାପରେ ଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ପ୍ରସଙ୍ଗରେ ଉଭୟ ପକ୍ଷ ପରସ୍ପର ଉପରେ ଅଭିଯୋଗ ଆଣିଛନ୍ତି। ଏଭଳି ପରିସ୍ଥିତିରେ ପୋଲିସ ଯେତେବେଳେ ତଦନ୍ତ ଶେଷ କରି କୌଣସି ସିଦ୍ଧାନ୍ତରେ ପହଞ୍ଚିବ, ଘଟଣାର ସତ୍ୟାସତ୍ୟ ମିଳିବ।

Categories
ଆଜିର ଖବର ଜାତୀୟ ଖବର

ବିଜେପି କାର୍ଯ୍ୟାଳୟ ବାହାରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: କରିଲେ ଏଭଳି ଅଭିଯୋଗ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ବାହାରେ ଜଣେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। କୌଶଳ କରି ମହିଳାଜଣଙ୍କୁ ପୋଲସି ଉଦ୍ଧାର କରିଛି। ମହିଳା ଜଣକ ଗୋସାଇଗଞ୍ଜର ବାସିନ୍ଦା ବୋଲି କୁହାଯାଉଛି।

ଗୋସାଇଗଞ୍ଜ ପୋଲିସ ଦ୍ୱାରା ନିର୍ଯ୍ୟାତନା ଦିଆଯିବା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ ଗୋସାଇଗଞ୍ଜ ପୋଲିସ ଜବରଦସ୍ତ ଜେଲକୁ ପଠାଇ ଦେଇଛି। ତାଙ୍କ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, କିନ୍ତୁ ପୋଲିସ ତାଙ୍କୁ ଜୋର କରି ଜେଲକୁ ପଠାଇ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପରୀକ୍ଷା ଫଳ ମୂଲ୍ୟାୟନରେ ଅସନ୍ତୋଷ ବ୍ୟକ୍ତ କରି ଆତ୍ମହତ୍ୟା ଉଦ୍ୟମ କଲେ ଯୁକ୍ତ ୨ ଛାତ୍ରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନରେ ଅସନ୍ତୋଷ ବ୍ୟକ୍ତ କରି ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମୂଲ୍ୟାୟନରେ ପକ୍ଷପାତିତା ଅଭିଯୋଗ କରି ଛାତ୍ରୀଜଣଙ୍କ ନିଜର ହାତ କାଟିଦେଇଥିବା ଖବର ହସ୍ତଗତ ହୋଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ଯାଳୟ ଆଗରେ ଛାତ୍ରୀଜଣଙ୍କ ହାତ କାଟି ଦେଇଥିବାର ଜଣାପଡିଛି। ପରୀକ୍ଷା ଫଳ ଉଚିତ ମୂଲ୍ୟାୟନ ଦାବି କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ଯାଳୟ ସମ୍ମୁଖରେ ଛାତ୍ରୀଜଣଙ୍କ ହାତ କାଟିଛନ୍ତି। ମାଟ୍ରିକ ପରୀକ୍ଷା ଫଳ ଆଧାରରେ ଯୁକ୍ତ ୨ ମୂଲ୍ୟାୟନ କରିବା ପାଇଁ ଦାବି କରି ଛାତ୍ରୀଜଣଙ୍କ ଏଭଳି ଘଟଣା ଘଟାଇଛନ୍ତି। ସେ ଯୁକ୍ତ ୨ ଏକ୍ସ ରେଗୁଲାର ଡ୍ରପଆଉଟର ଛାତ୍ରୀ ଥିଲେ। ବର୍ତ୍ତମାନ ଛାତ୍ରୀଜଣଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ହେଲା ମୃତ୍ୟୁ: ସାଂସଦଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସମ୍ମୁଖରେ ଆତ୍ମଦାହ କରି ଗୁରୁତର ହୋଇଥିବା ଦୁଇଜଣ ଯୁବକ ଏବଂ ଯୁବତୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଉତ୍ତରପ୍ରଦେଶର ଘୋସିରୁ ବହୁଜନ ସମାଜ ପାର୍ଟିର ସାଂସଦ ଅତୁଲ ରାୟଙ୍କର ବିରୋଧରେ ଯୁବତୀଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ଦିନ ତଳେ ସୁପ୍ରିମକୋର୍ଟ ସମ୍ମୁଖରେ ଦୁଇଜଣ ଯୁବକ ଏବଂ ଯୁବତୀ ଆତ୍ମଦାହ କରିବାକୁ ପ୍ରୟାସ କରିଥିଲେ। ଉଭୟଙ୍କ ଦେହରେ ନିଆଁ ଲାଗିଥିବା ଦେଖି ନିକଟରେ ଥିବା କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଉଭୟଙ୍କୁ ତୁରନ୍ତ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଉଭୟଙ୍କ ଶରୀର ପ୍ରାୟ ୩୦-୪୦ ପ୍ରତିଶତ ଜଳି ଯାଇଥିଲେ। ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ଆଜି ଯୁବକଙ୍କ ମୃତ୍ୟୁ ହୋଇଯାଇଛି।

ନାବାଳିକା ଜଣକ ନିଜକୁ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିବାବେଳେ ମୃତ ଯୁବକ ଜଣଙ୍କ ଏହି ଘଟଣାର ସାକ୍ଷୀ ଥିଲା। ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ନାବାଳିକାଜଣଙ୍କ ସୋସିଆଲ ମିଡିଆରେ ଲାଇଭ୍ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଧାନମଣ୍ଡି ସମସ୍ୟା: ବିଧାନସଭାରେ ସାନିଟାଇଜର ପିଇବା ପାଇଁ ଉଦ୍ୟମ କଲେ ବିଜେପି ବିଧାୟକ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ସକାଳୁ ଅଶିବେଶନ ଆରମ୍ଭ ହେବା ପରେ ଧାନମଣ୍ଡି ସମସ୍ୟା ଉପରେ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲା। ଏହାପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। କିନ୍ତୁ ପରେ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ଏହି ସମସ୍ୟା ଉପରେ ମନ୍ତ୍ରୀଙ୍କ ସନ୍ତୋଷଜନକ ଉତ୍ତର ନମିଳିବାରୁ ବରଗଡ ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ପାଇଁ ଉଦ୍ୟମ କରିଥିଲେ। ହେଲେ ସାଥି ସଦସ୍ୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ତାଙ୍କଠାରୁ ସାନିଟାଇଜର ଛଡାଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ଏବଂ ପୂର୍ବରୁ ମଧ୍ୟ ବିଧାୟକ ସୁବାସ ଧାନମଣ୍ଡି ସମସ୍ୟାର ସମାଧାନ ନହଲେ ଆତ୍ମହତ୍ୟା କରିବି ବୋଲି ଗୃହରେ ଧମକ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମଦ୍ୟପ ଯୁବକର ଉନ୍ମୁକ୍ତ କାଣ୍ଡ: ଟାୱାରରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଜଣେ ମଦ୍ୟପ ଯୁବକର ଉନ୍ମକ୍ତ କାଣ୍ଡ ଯୋଗୁଁ ଅଂଚଳବାସୀ ତଥା ଦମକଳ ବାହିନୀକୁ ନାକେଦମ୍ ହେବାକୁ ପଡ଼ିଛି।

ଘଟଣାରୁ ପ୍ରକାଶ ଯେ ସୁକୁଣ୍ଡା ଗ୍ରାମର ଶିବରାମ ଗୌଡ଼ ନାମକ ଜଣେ ଯୁବକ ପ୍ରଚୁର ମଦ୍ୟପାନ କରି ନିକଟରେ ଥିବା ଏକ ମୋବାଇଲ୍ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା କରିବ ବୋଲି ଧମକ ଦେଉଥିଲା। ଏହା ଦେଖି ଆଖପାଖ ଲୋକେ ଜମାହୋଇ ବହୁତ ବୁଝାସୁଝା କରିଥିଲେ ମଧ୍ୟ ସେ ତଳକୁ ଆସିନଥିଲା। ମଦ ନିଶାରେ ଚୁର୍ ହୋଇ କାଳେ ତଳେ ପଡ଼ିଯିବ ଭାବି ଲୋକେ ସଂଗେ ସଂଗେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ।

ଦୀର୍ଘ ଦୁଇଘଣ୍ଟା ପରିଶ୍ରମ କରି ଅଗ୍ନିଶମ ବାହିନୀ ଯୁବକଙ୍କୁ ଟାୱାରରୁ ଓହ୍ଲାଇବାରେ ସଫଳ ହୋଇଥିଲା। ପରେ ଶିବରାମ ଗୌଡ଼ଙ୍କୁ ସଦରଥାନାକୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ ଶିବରାମଙ୍କ ନିଜ ଘର ଦିଗପହଣ୍ଡି ଗୋଡ଼ପଲ୍ଲୀ ଅଂଚଳର। ସେ ଶ୍ୱଶୁର ଘର ଗ୍ରାମ ସୁକୁଣ୍ଡାରେ ଏକ ଘର ଭଡ଼ା ନେଇ ସ୍ତ୍ରୀ ସହ ରହୁଥିଲା। ଘଟଣାଦିନ କୌଣସି କଥାକୁ ନେଇ ପରିବାର ଏବଂ ଶ୍ୱଶୁର ଘର ଲୋକ ସହ କଥାକଟା କଟି ହୋଇଯିବାରୁ ପ୍ରଚୁର ମଦ୍ୟପାନ କରି ଆତ୍ମହତ୍ୟା କରିବାକୁ ମୋବାଇଲ୍ ଟାୱାର ଉପରେ ଚଢ଼ିଥିଲା।

ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ରଙ୍କ ନେତୃତ୍ୱରେ ଫାୟାର ମ୍ୟାନ ପବିତ୍ର ମଲିକ, ଜ୍ୟୋତି ପ୍ରକାଶ, ରଘୁନାଥ ସେଠୀ, ବିମଲ ବେହେରା, ପ୍ରଦୀପ୍ତ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାହାଘର ଭାଙ୍ଗିବାରୁ ଚରମ ପଦକ୍ଷେପ ନେଲେ ଯୁବତୀ

ବଲାଙ୍ଗିର : ବାରମ୍ବାର ବାହାଘର ଭାଙ୍ଗିବାରୁ ଜଣେ ଯୁବତୀ ଚରମ ନିଷ୍ପତ୍ତି ନେଇଛନ୍ତି । ନିଆରେ ପୋଡି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶେଷରେ ଆଜି ଯୁବତୀ ଜଣଙ୍କର ମୃତ୍ୟୁ ହୋଇଛି ।  ବଲାଙ୍ଗିର ମେଡିକାଲରେ ଯୁବତୀଜଣକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ ଯୁବତୀଙ୍କ ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କୁଲିତାଯୋର ଗାଁରେ । କିରୋସିନି ଢାଳି ହୋଇ ପୋଡି ମରିବାକୁ ଯୁବତୀ ଜଣକ ଉଦ୍ୟମ କରିଥିବାର ଅଭିଯୋଗ କରିଛନ୍ତି ତାଙ୍କ ବାପା । ଜଣେ ଯୁବକ ବାରମ୍ବାର ବାହାଘର ଭାଙ୍ଗୁ ଥିବାରୁ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ମୃତ ଯୁବତୀଙ୍କ ବାପା ।

Categories
ଆଜିର ଖବର ରାଜ୍ୟ ଖବର

ପାରିବାରିକ କଳିରୁ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ: ପାଣିରୁ ଉଦ୍ଧାର କରି ପ୍ରସଂଶା ସାଉଁଟିଲେ ଲିପକ ଦାସ

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଅପରାହ୍ନ ପାଖାପାଖି ୫ଟା ସମୟରେରେ ଜଗତସିଂହପୁର ସହରର ହାଟ ବଡପୋଲ ଉପରୁ ଜଣେ ବୃଦ୍ଧମହିଳା ନାଳ ମଧ୍ୟକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲା ବେଳେ ଜନୈକ ଯୁବକ ତାଙ୍କୁ ଉଦ୍ଧାର କରିଥିଲେ। ମହିଳା ଜଣକ ନାଳ ପୋଲ ଉପରୁ ପ୍ରାୟ ୪୦ ଫୁଟ ତଳକୁ ନାଳ ମଧ୍ୟକୁ ଡେଇଁ ୩୦୦ ମିଟର ଦୂର ପର୍ଯ୍ୟନ୍ତ ବୁଡି ଭାସି ଯାଇଥିଲେ କିନ୍ତୁ ଭାଗ୍ୟବଶତଃ ସ୍ଥାନୀୟ ଲିପକ ଦାସ ନାମକ ଏକ ଯୁବକ ନାଳ ମଧ୍ୟକୁ ଡେଇଁ ବୃଦ୍ଧା ମହିଳା ଜଣଙ୍କୁ ଉଦ୍ଧାର କରିଥିଲା ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା। ନିଜ ଜୀବନକୁ ବାଜି ଲଗାଇ ଅଥଳ ପାଣିରୁ ଉଦ୍ଧାର କରି ବୃଦ୍ଧାଙ୍କ ଜୀବନ ବଞ୍ଚାଇଥିବା ଯୁବକ ଲିପକ ଦାସଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଉଥିବା ବେଳେ ଲିପକଙ୍କ ଘର ସ୍ଥାନୀୟ ଚାଟରା ଦେଭୋଗ ଗ୍ରାମରେ ବୋଲି ଜଣାପଡିଛି।

ସୂଚନାନୁଯାୟୀ ଉକ୍ତ ବୃଦ୍ଧା ମହିଳାଙ୍କର ପରିବାରରେ ପାରିବାରିକ କଳହ ଲାଗିରହିଥିଲା ଏବଂ ନିର୍ଯ୍ୟାତନା ବହୁ ଦିନ ହେଲା ସହି ଆସୁଥିଲେ କିନ୍ତୁ ତାହା ଯେତେବେଳେ ଚରମ ସୀମାରେ ପହଂଚିଲା ଶେଷକୁ ଉକ୍ତ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଉଛି। ଉକ୍ତ ବୃଦ୍ଧାମହିଳା ଜଣଙ୍କ ଆଳିପିଙ୍ଗଳ ଅଞ୍ଚଳ ଅଢଙ୍ଗ ଗ୍ରାମର ରେବତୀ ବେହେରା ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାରିବାରିକ କଳହର କରୁଣ ପରିଣତି: ୭ ମାସର ଶିଶୁକନ୍ୟାକୁ ହତ୍ୟା କରି ମା’ର ଆତ୍ମହତ୍ୟା ଉଦ୍ୟମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପାରିବାରିକ କହଳ ଯେ କେତେ ଭୟଙ୍କର ହୋଇପାରେ ଆଜି ଭାବିନିପୁର ଅଂଚଳର ଏକ ଘଟଣାକୁ ଦେଖିଲା ପରେ ଜଣାପଡ଼ୁଛି। ପାରବାରିକ କଳହରୁ ଜନୈକ ମା’ ନିଜର ୭ ମାସର ଶିଶୁକନ୍ୟାର ତଣ୍ଟି ଚିପିଦେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛି।

ଘଟଣାରୁ ପ୍ରକାଶ ଯେ ସଦରଥାନା ଅନ୍ତର୍ଗତ ଭାବିନିପୁର ଗ୍ରାମ ମହାନ୍ତି ସାହିରେ କୁଳମଣି ଗୌଡ଼ ଏବଂ ସାବିତ୍ରୀ ଗୌଡ଼ ତିନିବର୍ଷ ହେଲା ବିବାହ କରି ରହୁଛନ୍ତି। ବିବାହର କିଛି ଦିନ ପରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ନେଇଥିଲା। କୁଳମଣିକୁ ପୁଅ ଇଚ୍ଛାଥିବାବେଳେ ଝିଅଟି ଜନ୍ମ ହେବାରୁ ଏନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ଲାଗୁ ରହୁଥିଲା। କିନ୍ତୁ ଆଜି ଅତ୍ୟଧିକ ଗଣ୍ଡଗୋଳ ହେବାରୁ ସ୍ତ୍ରୀ ସାବିତ୍ରୀ ଉତ୍ତେଜିତ ହୋଇ ନିଜ ୭ ମାସ ଝିଅର ତଣ୍ଟି ଚିପି ଦେଇ ହତ୍ୟା କରିଥିଲା। ପରେ ନିଜ ହାତକୁ ବ୍ଲେଡ଼୍‌ରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି।

ଏନେଇ କୁଳମଣିଙ୍କ ନୀଳମଣି ସଦରଥାନାରେ ଅଭିଯୋଗ କରିବା ପରେ ସଦରଥାନା ପୋଲିସ୍ ଘଟଣା ତଦନ୍ତ ଜାରି ରଖିଛି। ମା’କୁ ଅଟକ ରଖିବା ସହ ଘଟଣାର ଅଧିକ ଅନୁସନ୍ଧାନ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ହତ୍ୟା ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏକ ହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଜଣେ ବ୍ୟକ୍ତି ଥାନା ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାର ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଅଂଚଳର ପ୍ରମୋଦ ଦଳାଇ (୨୮) । ଘଟଣାରୁ ପ୍ରକାଶ ଯେ ଗତମାସ ୨୩ ତାରିଖରେ ଗଂଜେଇ ବ୍ୟବସାୟକୁ କେନ୍ଦ୍ରକୁ ବିଭୁପ୍ରସାଦ ଦାସ ନାମକ ବ୍ୟକ୍ତିକୁ ତପ୍ତପାଣି ଜଂଗଲରେ ହତ୍ୟା କରାଯାଇଥିଲା । ଏହି ଘଟଣାର ପୂର୍ବରୁ ପୋଲିସ୍ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କରିଥିଲା । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟଜଣେ ଅଭିଯୁକ୍ତ ପ୍ରମୋଦକୁ ପୋଲିସ୍ ଉଠାଇ ନେଇ ଥାନା ମଧ୍ୟରୁ ରଖିଥିବାବେଳେ ଶୁକ୍ରବାର ସକାଳେ ସେ ପାଇଖାନା ଭିତରେ ଫିନାଇଲ୍ ପିଇ ଦେଇଥିଲା । ପ୍ରଥମେ ତାକୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ଆମ୍ବୁଲାନସ ଯୋଗେ ବ୍ରହ୍ମପୁର ମେଡ଼ିକାଲ୍‌କୁ ଅଣାଯାଇଛି ।