ହତ୍ୟା ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

Published: Jun 12, 2020, 9:11 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏକ ହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଜଣେ ବ୍ୟକ୍ତି ଥାନା ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାର ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଅଂଚଳର ପ୍ରମୋଦ ଦଳାଇ (୨୮) । ଘଟଣାରୁ ପ୍ରକାଶ ଯେ ଗତମାସ ୨୩ ତାରିଖରେ ଗଂଜେଇ ବ୍ୟବସାୟକୁ କେନ୍ଦ୍ରକୁ ବିଭୁପ୍ରସାଦ ଦାସ ନାମକ ବ୍ୟକ୍ତିକୁ ତପ୍ତପାଣି ଜଂଗଲରେ ହତ୍ୟା କରାଯାଇଥିଲା । ଏହି ଘଟଣାର ପୂର୍ବରୁ ପୋଲିସ୍ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କରିଥିଲା । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟଜଣେ ଅଭିଯୁକ୍ତ ପ୍ରମୋଦକୁ ପୋଲିସ୍ ଉଠାଇ ନେଇ ଥାନା ମଧ୍ୟରୁ ରଖିଥିବାବେଳେ ଶୁକ୍ରବାର ସକାଳେ ସେ ପାଇଖାନା ଭିତରେ ଫିନାଇଲ୍ ପିଇ ଦେଇଥିଲା । ପ୍ରଥମେ ତାକୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ଆମ୍ବୁଲାନସ ଯୋଗେ ବ୍ରହ୍ମପୁର ମେଡ଼ିକାଲ୍‌କୁ ଅଣାଯାଇଛି ।

Related posts