ପାରିବାରିକ କଳିରୁ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ: ପାଣିରୁ ଉଦ୍ଧାର କରି ପ୍ରସଂଶା ସାଉଁଟିଲେ ଲିପକ ଦାସ

Published: Sep 8, 2020, 9:06 pm IST

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଅପରାହ୍ନ ପାଖାପାଖି ୫ଟା ସମୟରେରେ ଜଗତସିଂହପୁର ସହରର ହାଟ ବଡପୋଲ ଉପରୁ ଜଣେ ବୃଦ୍ଧମହିଳା ନାଳ ମଧ୍ୟକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲା ବେଳେ ଜନୈକ ଯୁବକ ତାଙ୍କୁ ଉଦ୍ଧାର କରିଥିଲେ। ମହିଳା ଜଣକ ନାଳ ପୋଲ ଉପରୁ ପ୍ରାୟ ୪୦ ଫୁଟ ତଳକୁ ନାଳ ମଧ୍ୟକୁ ଡେଇଁ ୩୦୦ ମିଟର ଦୂର ପର୍ଯ୍ୟନ୍ତ ବୁଡି ଭାସି ଯାଇଥିଲେ କିନ୍ତୁ ଭାଗ୍ୟବଶତଃ ସ୍ଥାନୀୟ ଲିପକ ଦାସ ନାମକ ଏକ ଯୁବକ ନାଳ ମଧ୍ୟକୁ ଡେଇଁ ବୃଦ୍ଧା ମହିଳା ଜଣଙ୍କୁ ଉଦ୍ଧାର କରିଥିଲା ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା। ନିଜ ଜୀବନକୁ ବାଜି ଲଗାଇ ଅଥଳ ପାଣିରୁ ଉଦ୍ଧାର କରି ବୃଦ୍ଧାଙ୍କ ଜୀବନ ବଞ୍ଚାଇଥିବା ଯୁବକ ଲିପକ ଦାସଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଉଥିବା ବେଳେ ଲିପକଙ୍କ ଘର ସ୍ଥାନୀୟ ଚାଟରା ଦେଭୋଗ ଗ୍ରାମରେ ବୋଲି ଜଣାପଡିଛି।

ସୂଚନାନୁଯାୟୀ ଉକ୍ତ ବୃଦ୍ଧା ମହିଳାଙ୍କର ପରିବାରରେ ପାରିବାରିକ କଳହ ଲାଗିରହିଥିଲା ଏବଂ ନିର୍ଯ୍ୟାତନା ବହୁ ଦିନ ହେଲା ସହି ଆସୁଥିଲେ କିନ୍ତୁ ତାହା ଯେତେବେଳେ ଚରମ ସୀମାରେ ପହଂଚିଲା ଶେଷକୁ ଉକ୍ତ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଉଛି। ଉକ୍ତ ବୃଦ୍ଧାମହିଳା ଜଣଙ୍କ ଆଳିପିଙ୍ଗଳ ଅଞ୍ଚଳ ଅଢଙ୍ଗ ଗ୍ରାମର ରେବତୀ ବେହେରା ବୋଲି ଜଣାପଡିଛି।

Related posts