Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବେଆଇନ ଧର୍ମାନ୍ତରଣ ଅଭିଯୋଗରେ ମୌଲାନା କଲିମ୍ ସିଦ୍ଦିକିଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ଏଟିଏସ୍
ଅପରାଧ

ବେଆଇନ ଧର୍ମାନ୍ତରଣ ଅଭିଯୋଗରେ ମୌଲାନା କଲିମ୍ ସିଦ୍ଦିକିଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ଏଟିଏସ୍

September 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ: ଆତଙ୍କବାଦୀ ବିରୋଧୀ ସ୍କ୍ବାର୍ଡ (ଏଟିଏସ୍) ର ଏକ ଦଳ ଦ୍ଵାରା ଇସଲାମ ପଣ୍ଡିତ ମୌଲାନା କଲିମ ସିଦ୍ଦିକିଙ୍କୁ ଗିରଫ କରାଯାଇଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ଉତ୍ତର ପ୍ରଦେଶର ଏଟିଏସ୍ ଦ୍ୱାରା ମୌଲାନା କଲିମ୍ ସିଦ୍ଦିକିଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ, ମୌଲାନାଙ୍କ ଟ୍ରଷ୍ଟ ଆକାଉଣ୍ଟରେ ବହାରୀନରୁ ୧.୫ କୋଟି ଟଙ୍କା ଆସିଛି। ଅନ୍ୟପକ୍ଷରେ ମୌଲାନାଙ୍କ ଗିରଫଦାରୀକୁ ସମାଜବାଦୀ ପାର୍ଟି ସାଂସଦ ଶଫିକ୍କୁର ରେହମାନ ବରକ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି, ମୁସଲମାନମାନଙ୍କୁ ହଇରାଣ କରିବା ବ୍ୟତୀତ ବିଜେପି ସରକାରଙ୍କର କୌଣସି କାମ ନାହିଁ।

ୟୁପି ଏଡିଜି (ଆଇନ ଏବଂ ଆଦେଶ) ପ୍ରଶାନ୍ତ କୁମାର ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ବେଆଇନ ଧର୍ମାନ୍ତରଣ କାର୍ଯ୍ୟରେ ମୌଲାନା କଲିମ ସିଦ୍ଦିକି ସମ୍ପୃକ୍ତ ଥିବା ତଦନ୍ତରେ ଜଣାପଡିଛି ଏବଂ ବିଭିନ୍ନ ଶିକ୍ଷାଗତ, ସାମାଜିକ, ଧାର୍ମିକ ଅନୁଷ୍ଠାନ ନାମରେ ଏହା ଦେଶବ୍ୟାପୀ କରାଯାଉଛି, ଯେଉଁଥିପାଇଁ ବିଦେଶରୁ ବିପୁଳ ଅର୍ଥ ପ୍ରାପ୍ତ ହେଉଛି। ଏହା ତଦନ୍ତରୁ ପ୍ରମାଣିତ ହୋଇଛି ଯେ, ଏହା ଭାରତର ସର୍ବବୃହତ ଧର୍ମାନ୍ତରଣ ସିଣ୍ଡିକେଟ୍ ପରିଚାଳନା କରୁଛି, ଅଣ-ମୁସଲମାନମାନଙ୍କୁ ଭୟଭୀତ କରି ଧର୍ମ ପରିବର୍ତ୍ତନ କରାଯାଉଛି।

ତେବେ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ, “ବେଆଇନ ଧର୍ମାନ୍ତରଣ ଗ୍ୟାଙ୍ଗ ଚଳାଉଥିବା ଲୋକଙ୍କୁ ଜୁନ୍ ୨୦ ତାରିଖରେ ଗିରଫ କରାଯାଇଥିଲା। ଏ ବାବଦରେ ଏକ ମାମଲା ରୁଜୁ ହୋଇଥିଲା। ଉମର ଗୌତମ ଏବଂ ତାଙ୍କ ସହଯୋଗୀଙ୍କୁ ବ୍ରିଟିଶ ଭିତ୍ତିକ ସଂଗଠନ ତରଫରୁ ପ୍ରାୟ ୫୭ କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଇଥିଲା। ସମୁଦାୟ ୧୦ ଜଣଙ୍କୁ ଗିରଫ କରାଯାଇଥିଲା, ସେଥିମଧ୍ୟରୁ ବିଭିନ୍ନ ତାରିଖରେ ୬ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଆଉ ୪ ଜଣଙ୍କ ବିରୋଧରେ ତଦନ୍ତ ଚାଲିଛି।

ଗିରଫ ବେଆଇନ ଧର୍ମାନ୍ତରଣ
Share. Facebook Twitter LinkedIn Email WhatsApp Copy Link

Related Posts

ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ

June 12, 2026

ବିଜେପି ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତି ଉପଲକ୍ଷେ କଂଗ୍ରେସର କଟାକ୍ଷ, କହିଲେ…

June 12, 2026

ମୋହନ ସରକାରଙ୍କୁ ପୁରିଲା ଦୁଇ ବର୍ଷ, ସଫଳତାର ଚିତ୍ର ଆଙ୍କିଲେ ମୁଖ୍ୟମନ୍ତ୍ରୀ, କହିଲେ…..

June 12, 2026

ବଢ଼ିଲା ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା: ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ମାମଲା ରୁଜୁ

June 12, 2026
Latest News

ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ

June 12, 2026

ବିଜେପି ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତି ଉପଲକ୍ଷେ କଂଗ୍ରେସର କଟାକ୍ଷ, କହିଲେ…

June 12, 2026

ମୋହନ ସରକାରଙ୍କୁ ପୁରିଲା ଦୁଇ ବର୍ଷ, ସଫଳତାର ଚିତ୍ର ଆଙ୍କିଲେ ମୁଖ୍ୟମନ୍ତ୍ରୀ, କହିଲେ…..

June 12, 2026

ବଢ଼ିଲା ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା: ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ମାମଲା ରୁଜୁ

June 12, 2026

RSS ମୁଖ୍ୟ ଯାତ୍ରା କରୁଥିବା ଟ୍ରେନ ଉପରେ ଆକ୍ରମଣ: ତିନି ନାବାଳକ ଗିରଫ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.