ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ, ବିଜେପି ନେତାଙ୍କ ହତ୍ୟାରେ ଥିଲେ ସମ୍ପୃକ୍ତ

Published: Sep 26, 2021, 2:04 pm IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ବିଜେପି ନେତାଙ୍କ ହତ୍ୟା ମାମଲାରେ ସାମିଲ ଥିଲା।

ମୃତକ ଦୁଇ ଆତଙ୍କବାଦୀ ଆବିଦ୍ ଓ ଆଜାଦ ବୋଲି ଜଣାପଡିଛି। ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଯେ, ଆବିଦ୍ ଲଶ୍କର-ଏ-ତୋଇବାର ଜିଲ୍ଲା କମାଣ୍ଡର ହୋଇଥିବାବେଳେ ଆଜାଦ ଜୁଲାଇ ୮ ତାରିଖ ୨୦୨୦ ମସିହାରେ ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ଭାଇ ଉମର ସୁଲତାନ ଏବଂ ପିତା ବଶିର ଅହମ୍ମଦ ଶେଖଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା। ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୁଳି ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଉତ୍ତର କାଶ୍ମୀରର ବାନ୍ଦିପୋରାର ୱଟନିରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଥିଲେ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଯାହା ଫଳରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥଲା।

ଏନକାଉଣ୍ଟର ସ୍ଥାନରୁ ଅନ୍ୟାନ୍ୟ ସାମଗ୍ରୀ ସମେତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ଏବଂ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।

Related posts