
ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡ଼ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଖବର ହସ୍ତଗତ ହୋଇଛି।
ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗ୍ରାମର ଅମିନ ପ୍ରଧାନଙ୍କ ପୁଅ ପାଣ୍ଡଵ ପ୍ରଧାନ ଚିଲିକା ରୋଡ଼ସ୍ଥିତ ଏକ ଟାଇଲ ଦୋକାନ ପଛପଟେ ଏକ ଦୌଡ଼ିରେ ଆତ୍ମହତ୍ୟା କରିଥିବାର ଅଭିଯୋଗ ହେଉଛି। ତେବେ ମୃତ ଯୁବକ ଜଣକ ଜନୈକ ଟାଇଲସ ଦୋକାନରେ ପାଖାପାଖି ୧୫ ବର୍ଷ ଧରି କାମ କରୁଥୁବାବେଳେ ବର୍ତ୍ତମାନ ଏକ ମାସ ତଳେ ଦୋକାନରୁ ବ୍ୟକ୍ତିଗତ କାରଣ ଲାଗି ବାହାରିଯାଇଥିବାର ଦୋକାନ ମାଲିକ କହିଛନ୍ତି।
ଖବର ଲେଖା ହେବ ପର୍ଯ୍ୟନ୍ତ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମାହାଲିକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପାଣ୍ଡଵ ଆତ୍ମହତ୍ୟା କରିଛନ୍ତି ନା, ଏହା ପଛରେ ଆଉ କଣ ରହସ୍ୟ ଅଛି, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ।