ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା, ଏଥିରେ ଡିଏଫଓଙ୍କ ସଂପୃକ୍ତି ନାହିଁ: କ୍ରାଇମ ବ୍ରାଞ୍ଚ

Published: Oct 8, 2021, 6:54 pm IST

କଟକ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟକାନ୍ତ ମହାପାତ୍ରଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା। ଏହି ଘଟଣାରେ ଡିଏଫଓ ଏବଂ ରୋଷେୟାଙ୍କର କୌଣସି ସଂପୃକ୍ତି ନାହିଁ। ଏ ନେଇ କିଛି ପ୍ରମାଣ ମିଳିଲା ନାହିଁ। ଆଜି ଏହା ସ୍ପଷ୍ଟ କରିଛନ୍ତି କ୍ରାଇମ ବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ନିଆଁ ଲିଭାଇବା ପାଇଁ ପଦକ୍ଷେପ ନେଇ ନ ଥିଲେ। ଏହି ଘଟଣାଟି ସୌମ୍ୟଙ୍କ ସରକାରୀ ବାସଭବନରେ ହିଁ ଘଟିଛି। ସୌମ୍ୟ ଜଳୁଥିବା ବେଳେ ସେ ଲିଭାଇବା ପାଇଁ ଚେଷ୍ଠା କରି ନ ଥିଲେ। ଏକଥା ବିଦ୍ୟାଙ୍କ ପଲିଗ୍ରାଫ ଟେଷ୍ଟରୁ ଜଣାପଡିଥିଲା।

ବିଭିନ୍ନ ପ୍ରମାଣରୁ ସ୍ପଷ୍ଟ ହୋଇଛି ଯେ, ସୌମ୍ୟଙ୍କ ସହିତ ବିଦ୍ୟାଭାରତୀଙ୍କର ଭଲ ସଂପର୍କ ନ ଥିଲା। ସେଥିପାଇଁ ନିଆଁ ଲିଭାରେ ସେ ଅବହେଳା କରିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଣ୍ଡା ସୂଚନା ଦେଇଛନ୍ତି। ସେଥିପାଇଁ ବିଦ୍ୟାଭାରତୀଙ୍କ ବିରୋଧରେ ଦଫା 285 ଏବଂ 304-A ଲାଗିଛି।

 

Related posts