ଆତଙ୍କବାଦୀଙ୍କ ଗୁଳିରେ ପାଞ୍ଚ ଯବାନ ସହିଦ: ଅପରେସନକୁ ଜୋରଦାର କଲା ସେନା

Published: Oct 11, 2021, 1:06 pm IST

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସମୟରେ ଜେସିଓ ସମେତ ପାଞ୍ଚ ଜଣ ଯବାନ ସହିଦ ହୋଇଛନ୍ତି। ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଛି। କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ଦ୍ୱାରା ନିରନ୍ତର ଏହି ଅପରେସନ ଚାଲିଛି। ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଏବଂ ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଅନନ୍ତନାଗ ଜିଲ୍ଲାର ଭେରିନାଗ ଅଞ୍ଚଳରେ ଖାଗୁଣ୍ଡରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବାରୁ ଏହି ଅପରେସନ୍ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା।

Related posts