ଅନ୍ତିମ ସଂସ୍କାରରେ ଉପସ୍ଥିତ ଗ୍ରାମବାସୀଙ୍କୁ ଗୁଳି ଚଳାଇଲେ ଉଗ୍ରବାଦୀ, ୪ ସାଧାରଣ ନାଗରିକ ମୃତ

Published: Oct 13, 2021, 12:04 pm IST

ଇମ୍ଫାଲ: ମଣିପୁରରେ ମାଓବାଦୀମାନେ ପୁଣି ଥରେ ଅମାନବୀୟ କାର୍ଯ୍ୟ କରିଛନ୍ତି। ମଙ୍ଗଳବାର ଦିନ ମାଓବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ ଯେଉଁଥିରେ ଜଣେ ୮ ବର୍ଷର ଶିଶୁ ସମେତ ଚାରିଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମାଓବାଦୀଙ୍କ ଗୁଳି ବିନିମୟ ପରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ହେବାର ଖବର ରହିଛି। ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ପରେ ସୈନିକମାନେ ନିଷିଦ୍ଧ କୁକି ନ୍ୟାସନାଲ ଲିବରେସନ୍ ଆର୍ମିର ଚାରି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

ଉଗ୍ରବାଦୀଙ୍କ ଗୁଳିରେ ସାଧାରଣ ନାଗରିକ ଆହତ ଘଟଣାକୁ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଦୃଢ ନିନ୍ଦା କରିଛନ୍ତି। ସେମାନେ ଏହାକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଯେତେବେଳେ ବି ଗ୍ନୋମ ଗାଁରେ ଅନ୍ତିମ ସଂସ୍କାର ପାଇଁ ଗ୍ରାମବାସୀ ଏକାଠି ହୋଇଥିଲେ, ସେତେବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇ ଆକ୍ରମଣ କରିଥିଲେ। ମଙ୍ଗଳବାର ସକାଳ ୧୧.୩୦ ସମୟରେ ଏହି ଘଟଣା ଘଟିଥିବା ପୋଲିସ କହିଛି।

ପୋଲିସ କହିଛି ଯେ ସୁରକ୍ଷା ବାହିନୀର କାର୍ଯ୍ୟକଳାପରେ ନିହତ ହୋଇଥିବା ମାଓବାଦୀମାନେ ମଧ୍ୟ ନିକଟ ଗ୍ରାମରୁ ଆସିଥିଲେ। ଏହି ଗୁଳି ବିନିମୟରେ ଗାଁ ମୁଖିଆ ପି ଖୋଲେ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ପରେ ପୋଲିସ ଦ୍ୱାରା ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିଲା। ଦୁଇ ବର୍ଷର ବାଳିକା ସମେତ ଅନ୍ୟାନ୍ୟ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିଲେ।

ମଣିପୁର ପୋଲିସ କହିଛି ଯେ, ମୃତ୍ୟୁ ସଂଖ୍ୟା ବଢିପାରେ। ଏହି ଘଟଣାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ପୋଲିସ ବାହିନୀ ଏହି ଅଞ୍ଚଳକୁ ପଠାଯାଇଛି। ସେନା ଏବଂ ଆସାମ ରାଇଫଲ୍ସର ମିଳିତ ଅପରେସନରେ କୁକି ନ୍ୟାସନାଲ ଲିବରେସନ ଆର୍ମିର ଚାରିଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Related posts