ମାଡ ମାରିବାରୁ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିଲା: ଡିସିପି ଉମାଶଙ୍କର ଦାଶ

Published: Oct 16, 2021, 12:57 pm IST

ଭୁବନେଶ୍ୱର: ସାମ୍ବାଦିକ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାକୁ ନେଇ ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଡିସିପି କହିଛନ୍ତି ଯେ, ମନୀଷଙ୍କୁ ମାଡ ମାରିଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ହୋଟେଲରେ ବିଲ ଦେବା ବିବାଦକୁ ନେଇ ଝଗଡା ହୋଇଥିଲା। ଏହି ଝଗଡାରେ ମନୀଷଙ୍କ ସାଙ୍ଗମାନେ ତାଙ୍କୁ ମାଡ ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମନୀଷଙ୍କୁ ହୋଟେଲରେ ଏବଂ ବାହାରେ ମଧ୍ୟ ତାଙ୍କ ସାଙ୍ଗମାନେ ମାଡ ମାରିଥିଲେ।

ଡିସିପି ଏହି ଘଟଣାର ସବିଶେଷ ତଥ୍ୟ ଦେଇ କହିଛନ୍ତି ଯେ, ୩ ଜଣ ସାଙ୍ଗ ଅମ୍ରିତ ବିଶ୍ଵାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟଙ୍କ ସହିତ ମନୀଷ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳକୁ ଯାଇଥିଲେ। ଦୀନେଶ ଏବଂ ମୃତ୍ୟୁଞ୍ଜୟଙ୍କ ସହ ମନୀଷଙ୍କର ପୂର୍ବରୁ ପରିଚୟ ନଥିଲା। କିନ୍ତୁ ମନୀଷଙ୍କର ଭୁବନେଶ୍ବର ସାଙ୍ଗ ଥିଲେ ଅମ୍ରିତ। ଦୀନେଶ ଓ ମୃତ୍ୟୁଞ୍ଜୟ ଦୁଇଜଣ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସେମାନେ ଅମ୍ରିତଙ୍କ ସାଙ୍ଗ ଥିଲେ।

ତେବେ ଲକ୍ଷ୍ମୀସାଗରରୁ ଭୋର ସମୟରେ ପାତ୍ରପଡ଼ା ଅଞ୍ଚଳର ହୋଟେଲକୁ ସେମାନେ ଯାଇଥିଲେ। ହୋଟେଲରେ ବିଲ୍ ପେମେଣ୍ଟ କରିବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ହୋଟେଲ ବାହାରେ ମନୀଷଙ୍କୁ ଉପରକୁ ସାଙ୍ଗ ମାନେ ଆକ୍ରମଣ କରିଥିଲେ। ଏହାପରେ ମନୀଷଙ୍କ ମୃତ୍ୟୁ ହୋଇଯାଇଥିଲା। ସାଙ୍ଗମାନେ ମୃତ ଦେହକୁ ନେଇ ହୋଟେଲ ନିକଟରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ। ପ୍ରମାଣ ଲୁଚେଇବାକୁ ଯାଇ ଅଭିଯୁକ୍ତମାନେ ଏଭଳି କାର୍ଯ୍ୟ କରିଥିବା କୁହାଯାଇଛି।

Related posts