Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜୁଆ ନଖେଳିବା ପାଇଁ ଚାନ୍ଦପୁର ପୋଲିସର ଅଭିନଵ ଉପାୟ: ସଚେତନତା ବାର୍ତ୍ତା ମାଧ୍ୟମରେ ଦେଲା ଚେତାବନୀ
ଅପରାଧ

ଜୁଆ ନଖେଳିବା ପାଇଁ ଚାନ୍ଦପୁର ପୋଲିସର ଅଭିନଵ ଉପାୟ: ସଚେତନତା ବାର୍ତ୍ତା ମାଧ୍ୟମରେ ଦେଲା ଚେତାବନୀ

October 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼/ଚାନ୍ଦପୁର: ଜୁଆ ଖେଳନ୍ତୁ ନାହିଁ କି କାହାକୁ ଖେଳିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ। ଜୁଆ ଖେଳ ଦ୍ୱାରା ପରିବାର ସର୍ବସ୍ୱାନ୍ତ ହୋଇଯାଏ। ଯଦି କିଏ ଜୁଆ ଖେଳୁଛି ତେବେ ଆମକୁ ଖବର ଦିଅନ୍ତୁ।  ଏପରି କିଛି ସଚେତନତାର ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ।

ଖୋଦ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଚାନ୍ଦପୁର ଥାନା ଅଞ୍ଚଳରେ ଚାଲିଛି ଏପରି ପ୍ରଚାର। ପୋଲିସ କର୍ମଚାରୀ ମାନେ ହାତରେ ଡାକବାଜି ଯନ୍ତ୍ର ଧରି ବୁଲି ବୁଲି କରୁଛନ୍ତି ପ୍ରଚାର। ତେବେ ଆଗକୁ କୁମାର ପୂର୍ଣ୍ଣିମା ଥିବାବେଳେ ଚାନ୍ଦପୁର ଅଞ୍ଚଳରେ କେତେକ ଜୁଆଡ଼ି ସକ୍ରିୟ ହୋଇଉଠିଥିବାର ଖବର ପାଇଛି ପୋଲିସ। ତେଣୁ ଆଗୁଆ ପଦକ୍ଷେପ ସ୍ୱରୂପ ଚାନ୍ଦପୁର ପୋଲିସ ଆଜି ଏପରି ଏକ ଅଭିନଵ ଉପାୟ ହାତକୁ ନେଇଛି।

ଡାକବାଜି ଯନ୍ତ୍ର ଦ୍ୱାରା ଚାନ୍ଦପୁର ଅଞ୍ଚଳରେ ସଚେତନତା ପ୍ରଚାର ଅଭିଯାନକୁ ବ୍ୟାପକ କରିଛନ୍ତି ଆଇଆଇସି। ଜୁଆ ଖେଳ ଠୁ ଦୁରେଇ ରୁହନ୍ତୁ ଏବଂ ଯଦି କେଉଁ ବ୍ୟକ୍ତି ଜୁଆ ଖେଳେ କିମ୍ବା ଖେଳିବା ପାଇଁ ଅନ୍ୟମାନଙ୍କୁ ପ୍ରୋତ୍ସାହନ ଦିଅନ୍ତି, ତେବେ ତୁରନ୍ତ ଉକ୍ତ ସୂଚନା ଚାନ୍ଦପୁର ଥାନାରେ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତ ଆଇଆଇସି ଶ୍ରୀ ଦାସ।

ସେହିପରି ଭାବେ ଯଦି କୌଣସି ବ୍ୟକ୍ତି ଜୁଆ ଖେଳୁଥିବା ବେଳେ ଧରାପଡନ୍ତି, ତେବେ ତାଙ୍କ ଉପରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି।

ସୂଚନା ଥାଉକି ଚାନ୍ଦପୁର ଅଞ୍ଚଳକୁ ଜୁଆ ମୁକ୍ତ କରିବା ପାଇଁ ଗତ ବର୍ଷରୁ ପ୍ରୟାସ ଜାରି ରଖିଛନ୍ତି ଆଇଆଇସି ଶ୍ରୀ ଦାସ। ଏହି ପରିପ୍ରେକ୍ଷୀରେ ଗତ ବର୍ଷ କୁମାର ପୂର୍ଣ୍ଣିମାରେ ୧୫ ଜଣ ଜୁଆଡ଼ିଙ୍କୁ ଚାନ୍ଦପୁର ପୋଲିସ ଗିରଫ ମଧ୍ୟ କରିଥିଲା। ତେବେ ଚାନ୍ଦପୁର ପୋଲିସର ଉକ୍ତ ଆଗୁଆ ପଦକ୍ଷେପକୁ ଅଞ୍ଚଳ ବାସି ସ୍ବାଗତ କରିବା ସହ ଭୁୟସୀ ପ୍ରଶଂସା କରିଛନ୍ତି।

ଅଭିନଵ ଉପାୟ କୁମାର ପୂର୍ଣ୍ଣିମା ଚାନ୍ଦପୁର ଜୁଆ ଖେଳ ନୟାଗଡ଼ ଜିଲ୍ଲା ରଶ୍ମିରଞ୍ଜନ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026
Latest News

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026

30 Years of Nifty50: ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.